ଏଟିଏମ୍‌ କାଟି ୧୨ ଲକ୍ଷ ଲୁଟ୍‌

ଏଟିଏମ୍‌ କାଟି ୧୨ ଲକ୍ଷ ଲୁଟ୍‌

Republic World

ଖଲ୍ଲିକୋଟ : ଗଞ୍ଜାମର ଖଲ୍ଲିକୋଟ ଥାନା କେଶପୁର ଓଭର୍‌ବ୍ରିଜ୍‌ ନିକଟରେ ଥିବା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କର ଏକ ଏଟିଏମ୍‌ ମେସିନ୍‌ରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟେରା ଗ୍ୟାଙ୍ଗ୍‌ ମେସିନ୍‌କୁ ଗ୍ୟାସ୍‌ କଟର୍‌ରେ କାଟି ଲୁଟ୍‌ କରିଥିବା ଜଣାପଡ଼ିଛି। ଏ ନେଇ ବ୍ୟାଙ୍କ ମ୍ୟାନେଜର୍‌ ଏସ୍‌.କେ ପଣ୍ଡା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କାଉଣ୍ଟର୍‌ର ସିସି କ୍ୟାମେରାରେ କୌଣସି ଏକ ତରଳ ପଦାର୍ଥ ସ୍ପ୍ରେ କରାଯାଇଥିବା ଜଣାପଡ଼ିଥିଲା। ଫଳରେ ସିସି କ୍ୟାମେରାରେ କୌଣସି ଦୃଶ୍ୟ ରେକର୍ଡ଼ ହୋଇ ନାହିଁ। ସିସି କ୍ୟାମେରାରେ ସ୍ପ୍ରେ କରି ଲୁଟେରାମାନେ ଲୁଟ୍‌ କରିଥବା ଅନୁମାନ କରାଯାଉଛି।

ଜାତୀୟ ରାଜପଥ କଡ଼ରେ ଥିବା ଏହି ଏଟିଏମ୍‌ କାଉଣ୍ଟର୍‌ରୁ କିପରି ଲୁଟ୍‌ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁ ସମୟରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ହେଉଥିବା ବେଳେ ପୁଲିସ ପାଟ୍ରୋଲିଂ କରୁଛି। ତଥାପି ଲୁଟେରାମାନେ ଏଭଳି ଲୁଟ୍‌ କରିଛନ୍ତି। ପ୍ରକାଶ ଥାଉ କି ଗତ ଫେବ୍ରୁଆରି ୧୬ତାରିଖରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଛକରେ ଥିବା ଏଟିଏମ୍‌ କାଉଣ୍ଟର୍‌ରୁ ଲୁଟେରାମାନେ ଗ୍ୟାସ୍‌ କଟର୍‌ ସହାୟତାରେ ମେସିନ୍‌ କାଟି ପ୍ରାୟ ୯ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଲୁଟେରା ଧରାପଡ଼ି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe