ଏଟିଏମ୍ ଲୁଟ୍ ବେଳେ ମାଡ଼ି ବସିଲା ପୁଲିସ: ଗ୍ୟାସ କଟର୍, କାର୍ ସହ ୪ ଗିରଫ

ଏଟିଏମ୍ ଲୁଟ୍ ବେଳେ ମାଡ଼ି ବସିଲା ପୁଲିସ: ଗ୍ୟାସ କଟର୍, କାର୍ ସହ ୪ ଗିରଫ

ଦଶପଲ୍ଲା: ବିଳମ୍ବିତ ରାତି। ଅତ୍ୟଧିକ ଥଣ୍ତା ହେତୁ ବଜାରଘାଟ ଶୁନ୍‌ଶାନ ପାଲଟିଥିଲା। ଏହା ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ପାଇଁ ଚାଲିଥିଲା ବଡ଼ଧରଣର ଯୋଜନା। ହେଲେ ସାଥ୍ ଦେଲାନି ଭାଗ୍ୟ। ଖବର ପାଇ ପୁଲିସ ଲୁଟେରାଙ୍କୁ ମାଡ଼ି ବସିଥିବା ବେଳେ ଏକ ବଡ଼ ଧରଣର ଲୁଟ୍ ଉଦ୍ୟମ ଶେଷରେ ପଣ୍ତ ହୋଇଛି।

ଏହି ଘଟଣାରେ ପୁଲିସ ଲୁଟ୍ ପାଇଁ ବ୍ୟବହୃତ ହୋଇଥିବା ଗ୍ୟାସ କଟର୍ ଓ ଏକ କାର୍ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ରାଜା ବଜାରର ଜୟ ବାହାଦୁରଙ୍କ ପୁଅ ବିମଲ୍ ସିଂ(୪୦) ଓରଫ୍ ମଙ୍ଗୁ, ଟାଙ୍ଗୀ ଥାନା ଅଧୀନସ୍ଥ ସୋରଣ ଗ୍ରାମର ଶରତ ବେହେରାଙ୍କ ପୁଅ ବୁଲୁ ବେହେରା(୩୪), କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଏଣ୍ଡୋଳ ଗ୍ରାମର ସନ୍ନ୍ୟାସୀ ସାମଲଙ୍କ ପୁଅ ସରୋଜ କୁମାର ସାମଲ(୩୮) ଏବଂ ସେହି ଗ୍ରାମର ରାଧୁ ମଲିକଙ୍କ ପୁଅ ଚିତ୍ତରଂଜନ ମଲିକ (୩୯) ଓରଫ୍ ରଂଜନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe