ଏଟିଏମ୍ ତାଡ଼ି ଲୁଟିନେଲେ ୨୬.୮୦ ଲକ୍ଷ, ସିସିଟିଭି କ୍ୟାମେରାରେ କଳା ରଙ୍ଗ ବୋଳିଦେଲେ

Advertisment
ଏଟିଏମ୍ ତାଡ଼ି ଲୁଟିନେଲେ ୨୬.୮୦ ଲକ୍ଷ, ସିସିଟିଭି କ୍ୟାମେରାରେ କଳା ରଙ୍ଗ ବୋଳିଦେଲେ

ଯଶିପୁର/ପଦ୍ମପୁର : ସିସିଟିଭି କ୍ୟାମେରାରେ କଳା ରଙ୍ଗ ବୋଳିବା ପରେ ଏଟିଏମ୍‌ ମେସିନ୍‌ ତାଡ଼ି ୨୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବଜାରଠାରୁ ୩ କିମି ଦୂର ଧୋବାଡ଼ିହl ବଜାର ଜାତୀୟ ରାଜପଥ ଫ୍ଲାଏ ଓଭର୍ ତଳେ ଥିବା ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ବିପୁଳ ପରିମାଣର ଟଙ୍କା ଲୁଟ୍‌ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଗତକାଲି ବିଳମ୍ବିତ ରାତିରେ ଏଟିଏମ୍‌ର କ୍ୟାସ୍ ଟ୍ରେକୁ ଗ୍ୟାସ୍ କଟରରେ କାଟି ସେଥିରେ ଥିବା ୨୬ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଇଥିଲେ ଲୁଟେରା। ରାତି ପ୍ରାୟ ୨ଟା ବେଳକୁ ବାରିପଦା କଣ୍ଟ୍ରୋଲ ରୁମ୍‌ରୁ ଏଟିଏମ୍ ଲୁଟ୍‌ ନେଇ ଯଶିପୁର ଥାନାରେ ଖବର ପହଞ୍ଚିଥିଲା। ସଙ୍ଗେ ସଙ୍ଗେ କରଞ୍ଜିଆ ଏସ୍‌ଡିପିଓ ସୁଦର୍ଶନ ଗlଙ୍ଗୋଇ, ଯଶିପୁର ଥାନା ଆଇଆଇସି ପଞ୍ଚାନନ ମହାନ୍ତି, ଥାନା ଏସ୍‌ଆଇ ପର୍ଶୁରାମ ଜେନାଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ ସୁଦ୍ଧା ​ ଲୁଟେରାଙ୍କ ସଂପର୍କରେ କିଛି ଟେର୍‌ ପାଇନଥିଲେ। ଲୁଟ୍‌ ପୂର୍ବରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଳା ରଙ୍ଗ ବୋଳା ଯାଇଥିବା ଦେଖିବାକୁ ମିଳିଥିଲା। ଏଟିଏମ୍ ପରିଚାଳନା କରୁଥିବା ଏଜେନ୍‌ସିଠାରୁ ଲୁଟ୍‌ ଅର୍ଥର ବିବରଣୀ ସଂଗ୍ରହ ପରେ ଏହା ୨୬ ଲକ୍ଷ ୮୦ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏ ସଂପର୍କରେ ଯଶିପୁର ଥାନା କେସ୍‌ ନଂ ୭୬/୨୩ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe