ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଡାକ୍ତରଖାନା ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମରେ କଳାକନା ବୁଲାଇଲେ ଲୁଟେରା।
ମିଳିଥିବା ଖବର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଗୋପାଳପୁର ଡାକ୍ତରଖାନା ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଇଲେକ୍ଟ୍ରିକ୍ ତାର ଓ ସିସି କ୍ୟାମେରା କନେକ୍ସନ କାଟି ଦେବା ସହ ସିସିଟିଭି କ୍ୟାମେରାକୁ ମୋଡ଼ି ଦେଇ ଏଟିଏମରେ ଥିବା ଟଙ୍କା ଚୋରି କରିନେଇଥିବା ଜଣାପଡ଼ିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏଟିଏମ୍ ଭିତରେ ଭଙ୍ଗାରୁଜା ହୋଇଥିବା ଦେଖି ଗୋପାଳପୁର ଫାଣ୍ଡିକୁ ଖବର ଦେଇଥିଲେ।
ଖବର ପାଇ ଖନ୍ତାପଡ଼ା ଥାନା ପୁଲିସ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ସୂଚନାଥାଉକି, ସୋର, ସିମୁଳିଆ ଓ ବାହାନାଗା ଅଞ୍ଚଳରେ ଗତ କିଛିଦିନ ହେଲା ଏଟିଏମଗୁଡ଼ିକୁ ଲୁଟେରା ଗ୍ୟାଙ୍ଗ ଟାର୍ଗେଟ କରିଛନ୍ତି। ପୁଲିସ ପାଇଁ ଏବେ ଏହା ବଡ଼ ଚ୍ୟାଲେଞ୍ଜ ହୋଇଛି।
Follow Us