ଏଟିଏମ୍‌ ଲୁଟେରା ଗିରଫ

ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ଆନନ୍ଦପୁର: ଏଟିଏମ୍ କାର୍ଡ ବଦଳାଇ ଟଙ୍କା ଲୁଟ୍‌ କରିଥିବା ଯୁବକକୁ ଘସିପୁରା ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଯାଜପୁର ଜିଲ୍ଲା ଦଶରଥପୁରର ପ୍ରମ‌ୋଦ କୁମାର ସାମଲ। ପ୍ରାପ୍ତ ସୂଚନା ଅନୁସାରେ ୩୧ ତାରିଖରେ ଘସିପୁରା ପେଟ୍ରୋଲ ପମ୍ପ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଖପରାଖାଇର କାହ୍ନୁଚରଣ ରାଉତ (୬୫) ଟଙ୍କା ଉଠାଇବାକୁ ଆସିଥିଲେ। ପ୍ରମୋଦ ଓ ତା’ର ସହଯୋଗୀ ଚଞ୍ଚକତା କରି ତାଙ୍କ କାର୍ଡ ନେଇ ଯାଇଥିଲେ। ପରେ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ।

ଏନେଇ କାହ୍ନୁଚରଣ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ପକ୍ଷରୁ ଖୋଳତାଡ଼ କରାଯାଇ ପ୍ରମୋଦକୁ ଗିରଫ କରାଯାଇଛି। ତା’ ନିକଟରୁ ୭୫୦୦ଟଙ୍କା ଜବତ କରାଯାଇଛି। ଜବତ ଟଙ୍କା କାହ୍ନୁଚରଣଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଥାନା ଅଧିକାରୀ ବିକ୍ରମ କେଶରୀ ଭୂୟାଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe