ବନ୍ଦ ହୋଇଯିବ ଅବିଭକ୍ତ କୋରାପୁଟର ଏଟିଟି ଦୂରଦର୍ଶନ କେନ୍ଦ୍ର

Advertisment
ବନ୍ଦ ହୋଇଯିବ ଅବିଭକ୍ତ କୋରାପୁଟର ଏଟିଟି ଦୂରଦର୍ଶନ କେନ୍ଦ୍ର

The New Indian Express

ଜୟପୁର : ଅବିଭକ୍ତ ‌କୋରାପୁଟ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଥିବା ଏଟିଟି (ଆନା‌ଲଗ୍ ଟେରେଷ୍ଟ୍ରିଆଲ୍‌ ଟ୍ରାନ୍ସମିଟର) ଦୂରଦର୍ଶନ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯିବ। ଦୂରଦର୍ଶନର ଏହି ଟ୍ରାନ୍ସମିସନ ରିଲେ କେନ୍ଦ୍ରଗୁଡ଼ିକ ଆକାଶବାଣୀ କେନ୍ଦ୍ରର କ୍ଲଷ୍ଟର ଅଧୀନକୁ ଚାଲିଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦୂରଦର୍ଶନ ଭୁବନେଶ୍ବର କେନ୍ଦ୍ର ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଟିଟି କେନ୍ଦ୍ର ଗୁଡ଼ିକ ରହିଥିଲା। ଯଦ୍ବାରା ଦୂରଦର୍ଶନର କାର୍ଯ୍ୟକ୍ରମ ନିଜ ନିଜ ଅଞ୍ଚଳରେ ପ୍ରସାରଣ କରିବାରେ ସହଜ ହେଉଥିଲା। କିନ୍ତୁ, କାଳକ୍ରମେ ଡିଜିଟାଲ ଟ୍ରାନ୍ସମିସନ ଦ୍ବାରା ପ୍ରସାରଣ ହେବା ସହ ଆଗକୁ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଏହି କାର୍ଯ୍ୟକ୍ରମ ଗୁଡ଼ିକ ପ୍ରସାରଣ ହେବ। ତେଣୁ ଏହି ଏଟିଟି କେନ୍ଦ୍ର ଗୁଡ଼ିକ ବନ୍ଦ ହୋଇଯିବ ବୋଲି ଆକାଶବାଣୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କଲିକତାସ୍ଥିତ ପ୍ରସାର ଭାରତୀ କେନ୍ଦ୍ରରୁ ଏହାର ଅଧୀନରେ ଥିବା ସମସ୍ତ କେନ୍ଦ୍ର ଗୁଡ଼ିକୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଆକାଶବାଣୀ ଇଷ୍ଟ୍‌ ଜୋନ୍‌ ଅଧୀନରେ ତଥା ଓଡ଼ିଶାରେ ଥିବା କଟକ ଓ ଭବାନୀପାଟଣା କ୍ଲଷ୍ଟର ଅଧୀନକୁ ଦୂରଦର୍ଶନର ଏଟିଟି କେନ୍ଦ୍ର ଗୁଡ଼ିକ ଚାଲିଯିବ। ସେହି କେନ୍ଦ୍ରଗୁଡ଼ିକରେ ଆକାଶବାଣୀର ଏଫ୍ଏମ୍‌ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe