The Hans India
ବରଗଡ଼ : ସାମାନ୍ୟ ବାଇକ୍ ଧକ୍କାକୁ କେନ୍ଦ୍ର କରି ବରଗଡ଼ ସଦର ଥାନା ଅନ୍ତର୍ଗତ ଲେହୁଣୀପଦରରେ ଗତ ୧୨ ତାରିଖ ଦୁଇ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣ ଏତେ ଥିଲା ଯେ ଜଣେ ପୀଡ଼ିତ ବୁର୍ଲା ମେଡିକାଲ୍ରେ ଚିକିତ୍ସାଧିନ। କିନ୍ତୁ ପୁଲିସ୍ ଅଭିଯୁକ୍ତମାନଙ୍କ ବିରୋଧରେ କିଛି ପଦକ୍ଷେପ ନ ନେଇ ହାଲୁକା ମାମଲା ଲଗାଇଥିବା ପୀଡ଼ିତ କୃଷ୍ଣ ମଲ୍ଲିକ ଏସ୍ପିଙ୍କ ନିକଟରେ ଅଭିଯୋଗ କରି ନାୟ ଭିକ୍ଷା କରିଛନ୍ତି।
ଅଭିଯୋଗ ମୁତାବକ, ଗତ ୧୨ ତାରିଖ ସଂଧ୍ୟାରେ କୃଷ୍ଣ ଓ ତାଙ୍କ ସାଂଗ ଚୈତନ୍ୟ ବାଇକ୍ରେ ଘରକୁ ଫେରୁଥିଲେ। ଗାଁ ପାଖରେ ଶପଥ ବାଗ ନାମକ ଯୁବକ ସେମାନଙ୍କୁ ଧକ୍କା ଦେବାରୁ ଉଭୟେ ପଡ଼ି ଯାଇଥିଲେ। ଏହାପରେ ଶପଥର ପରିବାରବର୍ଗ ଆସି କୃଷ୍ଣ ଏବଂ ଚୈତନ୍ୟଙ୍କୁ ବାଡ଼ି ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ଏହା ପରେ ପରିବାରଲୋକେ ଉଭୟଙ୍କୁ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର କରିଥିଲେ।
Follow Us