ଜମି ଜବରଦଖଲକାରୀଙ୍କ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ, ଅଭିଯୁକ୍ତ ଗିରଫ !

ଜମି ଜବରଦଖଲକାରୀଙ୍କ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ, ଅଭିଯୁକ୍ତ ଗିରଫ !

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବାଲିଆପାଳ ଥାନା ଅଞ୍ଚଳରେ ଏକ ଜମିଜମା ବିବାଦକୁନେଇ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ନୂଆ ଗାଁ ପଞ୍ଚାୟତର କଟରାମହଲ ଗ୍ରାମର ୟୁଜିଏମଇ ସ୍କୁଲର କିଛି ଜମିକୁ ସେହି ଗ୍ରାମର ଭାନୁ ଦଳେଇ (୫୦) ଓ ତାଙ୍କ ପରିବାର ପ୍ରାୟ ୨ ବର୍ଷ ହେବ ଜବର ଦଖଲ କରି ରଖିଥିଲେ। ଏନେଇ ଗ୍ରାମବାସୀ ବାଲିଆପାଳ ଥାନାରେ ଏକାଧିକବାର ଅଭିଯୋଗ କରିଥିଲେ ବି ସେଥିରୁ କିଛି ସୁଫଳ ମିଳି ନଥିଲା।

publive-image

ଗତକାଲି ରାତିରେ ଭାନୁ ଦଳେଇ (୫୦) ଓ ତାଙ୍କ ପରିବାର ସ୍କୁଲ ଜମିଉପରେ ଏକ ବେଆଇନ ପାଚେରି ନିର୍ମାଣ କରୁଥିବାର ଦେଖି ଗ୍ରାମବାସୀମାନେ ସେଠାରେ ରୁଣ୍ଡ ହୋଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ଧତ୍ତା ଦଳେଇ ଓ ତାଙ୍କ ପରିବାରର ଲୋକେ ସେହି ଗ୍ରାମର ବୃଦ୍ଧ ରାମଚନ୍ଦ୍ର ଗିରି (୭୦)ଙ୍କୁ ବେଲଚା ଏବଂ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

publive-image

ଏଥିରେ ଗଭୀର ଆଘାତ ପାଇଥିବା ରାମଚନ୍ଦ୍ର ଗିରିଙ୍କୁ ଗ୍ରାମବାସୀମାନେ ବାଲେଶ୍ବର ଡାକ୍ତରଖାନାକୁ ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ରମେଶ ଦଳେଇ, ଲକ୍ଷ୍ମୀ ସ୍ବାଇଁ, ମନ୍ମଥ ଗିରି, ପଞ୍ଚାନନ ଗିରି, ମିଆଁ ପାତ୍ର,ରମେଶ ସ୍ବାଇଁ ଏବଂ ସଚୀନ୍ଦ୍ର ପାତ୍ର ପ୍ରମୁଖ ଆହତ ହୋଇଥିବା ଜଣାଯାଇଛି।

publive-image

ଏହି ଘଟଣାରେ ପୁଲିସ ଭାନୁ ଦଳେଇ ଏବଂ ତାଙ୍କ ପୁଅକୁ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe