ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଟ୍ରକ୍‌‌ରେ ଚଢ଼ାଉ

Advertisment

୧ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ

୧ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ

ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ଭବାନୀପାଟଣା: ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକ୍‌ ଉପରେ ଭବାନୀପାଟଣା ଏନଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ ଚଢ଼ଉ କରାଯାଇଥିଲା। ଜିଏସଟି ଫାଙ୍କିବା ନେଇ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରକାଶ ଯେ, ପଞ୍ଜାବ ରାଜ୍ୟ ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି ୱାର୍କସରୁ ୧୯ ଲକ୍ଷ ୧୩ ହଜାର ୬୨୫ ଟଙ୍କାର ରାଇସମିଲ ମେସିନାରି ସରଞ୍ଜାମ ଆସୁଥିଲା। ଏହି ସାମଗ୍ରୀ କଳାହାଣ୍ଡି ଜିଲ୍ଲାର ଲଡୁଗାଁ ଏଚଆରଫୁଡ୍ସ ରାଇସମିଲକୁ ଆସୁଥିଲା। ଟ୍ରକ ନଂ ପିବି ୩୦କେ ୯୦୯୯ ଯୋଗେ ଆସୁଥିବା ସାମଗ୍ରୀର ଜିଏସଟି ବିଲ୍‌ ଓ ଇ- ୱେବିଲ୍‌ ନ ଥିଲା। ଗତକାଲି ଖବର ପାଇ ଭବାନୀପାଟଣା ସହର ନିକଟସ୍ଥ ରିଷିଗାଁ ନିକଟରେ ଚଢଉ କରାଯାଇଥିଲା।

ଟ୍ରକ୍‌ ଓ ଟ୍ରକ୍‌ ଡ୍ରାଇଭର ବୀରେନ୍ଦ୍ର ସିଂଙ୍କୁ ଅଣାଯାଇ ତନଖି କରାଯାଇଥିଲା। ବଭବାନୀପାଟଣା ସିଟିଓ କାର୍ଯ୍ୟାଳୟକୁ ଅଣାଯାଇଥିଲା। ବୁଧବାର ସନ୍ଧ୍ୟାରେ ତନଖି ଶେଷ ହେବା ପରେ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଜରିମାନା ଆଦାୟ ପରେ ଟ୍ରକ୍‌କୁ ସନ୍ଧ୍ୟାରେ ଛାଡ଼ି ଦିଆଯାଇଛି। ଏହି ଚଢ଼ଉରେ ଭବାନୀପାଟଣା ବାଣିଜ୍ୟକର ଓ ଜିଏସଟି ଡେପୁଟି କମିସନର ତପନ ପାଢୀ ଓ ସିଟିଓ ନୀଳାଦ୍ରି ବିହାରୀ ଦାଢ଼ିଆ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଭବାନୀପାଟଣା ସହରରେ ଗତ ନଭେମ୍ବର ମାସରେ ଏକ ଟ୍ରକ୍‌କୁ ଚଢ଼ଉ କରାଯାଇ ୪ ଲକ୍ଷ ୩୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିଭଳି ଅକ୍ଟୋବର ମାସରେ ମଧ୍ୟ ୩ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe