ବ୍ଲକ କାର୍ଯ୍ୟାଳୟରେ ଏବିଡିଓଙ୍କୁ ଆକ୍ରମଣ

Advertisment

କାଶୀପୁର ଥାନାରେ କିଛି ଯୁବକଙ୍କ ବିରୋଧରେ ଏତଲା

କାଶୀପୁର ଥାନାରେ କିଛି ଯୁବକଙ୍କ ବିରୋଧରେ ଏତଲା

ବ୍ଲକ କାର୍ଯ୍ୟାଳୟରେ ଏବିଡିଓଙ୍କୁ ଆକ୍ରମଣ

କାଶୀପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟାଳୟରେ ଏବିଡିଓ ବଳରାମ ପାତ୍ରଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଛି। ତେବେ କେଉଁ କାରଣରୁ ଏଭଳି ଜଣେ ପ୍ରଶାସନିକ ଉପରେ ଆକ୍ରମଣ ହେଲା ସ୍ପଷ୍ଟ ହୋଇପାରି ନାହିଁ। ଏ ନେଇ ଶ୍ରୀ ପାତ୍ର କାଶୀପୁର ଥାନାରେ କିଛି ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଘଟଣାକୁ ନେଇ ଏବେ ବ୍ଲକ୍‌ରେ ଆଲୋଡ଼ନ ଖେଳି ଯାଇଛି।

ସୂଚନା ଅନୁଯାୟୀ, କାଶୀପୁର ବ୍ଲକର ନୂଆ ବିଡିଓ ଭାବେ ଗୌରଚନ୍ଦ୍ର ପଟ୍ଟନାୟକ ଯୋଗ ଦେବାପରେ ଆଜି ସକାଳେ ବୈଠକ ଡକାଇଥିଲେ। ଏହି ବୈଠକକୁ ଏବିଡିଓ ଶ୍ରୀ ପାତ୍ର ଆସୁଥିଲେ। କିନ୍ତୁ ବ୍ଲକ୍‌ କାର୍ଯ୍ୟାଳୟ ଭିତରେ ପଶିବା କ୍ଷଣୀ ପୂର୍ବରୁ ଅପେକ୍ଷା କରି ରହିଥିବା କିଛି ଯୁବକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଛତା ଏବଂ ହାତରେ ତାଙ୍କୁ ମାଡ଼ ମାରିବାରୁ ସେ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। କାର୍ଯ୍ୟାଳୟ ଭିତରେ ପଶି ଗୋଟିଏ କୋଠରିରେ ପଶି ଭିତର ପଟୁ ବନ୍ଦ କରି ଦେଇଥିଲେ। ତଥାପି ଆକ୍ରମଣକାରୀ ଯୁବକମାନେ ତାଙ୍କୁ ପିଛା କରି ଉକ୍ତ କୋଠରି ପର୍ଯ୍ୟନ୍ତ ଯାଇଥିଲେ। ବନ୍ଦ କବାଟକୁ ତାଲ ମାରି ଭାଙ୍ଗି ଦେବାକୁ ଚେଷ୍ଟା କରିଥିଲେ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

ଏହି ଘଟଣା ପାଇଁ ଶ୍ରୀ ପାତ୍ର ଶାସକ ଦଳର ସ୍ଥାନୀୟ ନେତାଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ଜେ.ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଏବିଡିଓଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଖୁରିଗାଁ ପଞ୍ଚାୟତର ଏକ ଆଡ଼ିବନ୍ଧ ନିର୍ମାଣରେ ଅନିୟମିତତା ନେଇ ଗ୍ରାମବାସୀ ଏବିଡିଓଙ୍କୁ ପଚାରିଥିଲେ। ଏହି ସମୟରେ ନୂତନ ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ବୋଲି କହିଛନ୍ତି। କାଶୀପୁର ଥାନା ଅଧିକାରୀ ପି.କେ ମିଶ୍ରଙ୍କୁ ପଚାରିବାରୁ ଆକ୍ରମଣ ନେଇ ଏବିଡିଓ ବଳରାମ ପାତ୍ର ଥାନାରେ ଏତଲା ଦେଇଛନ୍ତି। ଏ ନେଇ ଥାନାରେ କେସ୍ ନଂ-୭୨/୨୧ରେ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe