ଘରେ ପଶି ବିଟେକ୍‌ ଛାତ୍ରୀଙ୍କୁ ଆକ୍ରମଣ

Advertisment
ଘରେ ପଶି ବିଟେକ୍‌ ଛାତ୍ରୀଙ୍କୁ ଆକ୍ରମଣ

ଗୁଣପୁର : ଲୁଟ୍‌ କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ। ଘରେ ଏକଟୁଆ ଥିବା ବିଟେକ୍‌ ଛାତ୍ରୀଙ୍କୁ ଆଲମିରା ଚାବି, ଏଟିଏମ କାର୍ଡ ସହ ସିକ୍ରେଟ୍‌ ନମ୍ବର ମାଗି ଧମକ ଚମକ ଦେଇଥିଲେ। ତେବେ ଛାତ୍ରୀ ଜଣକ ଏଥିରେ ସହମତ ନହେବାରୁ ୨ଜଣ ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ଛାତ୍ରୀଙ୍କ ବେକ, ବାମ ହାତ ସମେତ ଶରୀର ବିଭିନ୍ନ ସ୍ଥାନରେ ଆକ୍ରମଣ କଲେ। ଏହାପରେ ଫିନାଇଲ ପିଆଇ ଦେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଥିବା ଛାତ୍ରୀଙ୍କୁ ଗୁଣପୁର ଉପଖଣ୍ଡ ଚକିତ୍ସାଳୟରେ ଭର୍ତି କରାଯାଇଛି। ଏନେଇ ଥାନାରେ ଏତଲା ହୋଇନଥିଲେ ହେଁ ପୁଲିସ ମେଡିକାଲ ଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମାର ନିଳାଦ୍ରୀବିହାର ଲେନ୍‌ ୪ରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe