ଘରେ ପଶି ବିଜେଡି ନେତ୍ରୀ ଓ ପୁଅଙ୍କୁ ହାଣିଲେ: କାରଣ ଅସ୍ପଷ୍ଟ, ଆସିଥିଲେ ୧୨ରୁ ଅଧିକ ଦୁର୍ବୃତ୍ତ

ଘରେ ପଶି ବିଜେଡି ନେତ୍ରୀ ଓ ପୁଅଙ୍କୁ ହାଣିଲେ: କାରଣ ଅସ୍ପଷ୍ଟ, ଆସିଥିଲେ ୧୨ରୁ ଅଧିକ ଦୁର୍ବୃତ୍ତ

The Hans India

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ପଣ୍ଡା କଲୋନୀରେ ଆଜି ଅପରାହ୍‌ଣରେ ବିଜେଡି ନେତ୍ରୀ ମୀନାକ୍ଷି ମିଶ୍ର ଓ ତାଙ୍କ ପୁଅ କୃତ୍ତିବାସ ମିଶ୍ର (ରାଜା)ଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ରାଜାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୁଅକୁ ରକ୍ଷା କରିବାକୁ ଯାଇ ମା’ ମୀନାକ୍ଷି ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଦୁହିଁଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ଅନୁଯାୟୀ ରାଜାଙ୍କ ନାଁରେ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ଥିଲା। ସେ ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟରେ ପଢୁଥିବା ବେଳେ ଥରେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। କିନ୍ତୁ ଏବେ ପାଠପଢ଼ା ସରିବା ପରେ ସେ ପୁନେରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିଲେ। କିଛି ଦିନ ହେବ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ବାହାଘର ଥିବାରୁ ବ୍ରହ୍ମପୁର ଆସିଛନ୍ତି। ଆଜି ତାଙ୍କ ସାହିରେ ଗୋଟିଏ ଭୋଜି ଚାଲିଥିବା ବେଳେ ଦୁଇ ଜଣ ଅଚିହ୍ନା ଯୁବକ ଆସି ନିଶାସକ୍ତ ଅବସ୍ଥାରେ ଗାଳିଗୁଲଜ କରୁଥିଲେ। ଏହି କାରଣରୁ ରାଜାଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ଯୁବକ ଦ୍ବୟ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ ସେମାନେ ଆଉ ୧୦ରୁ ୧୨ଜଣ ଯୁବକଙ୍କ ସହ ଆସି ରାଜାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କ ମା ମୀନାକ୍ଷି ପୁଅକୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ବାମ ହାତରେ କାତି ଚୋଟ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe