The Economic Times
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସହରରେ ବୁଲୁଥିବା ବିଜେପିର ପ୍ରଚାର ଗାଡ଼ିକୁ ଶନିବାର ଟାଉନ୍ ଥାନା ଅନ୍ତର୍ଗତ ମଙ୍ଗଲବଜାରରେ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଗାଡ଼ିଟି ମଙ୍ଗଳବଜାର ଦେଇ ଯାଉଥିବା ସମୟରେ କିଛି ଯୁବକ ତାକୁ ଅଟକାଇ ଡ୍ରାଇଭରଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ିରେ ଲାଗିଥିବା ପୋଷ୍ଟର ଓ ବ୍ୟାନର ଚିରି ଦେଇଥିଲେ। ଏ ସଂକ୍ରାନ୍ତରେ ବିଜେପି ଜିଲ୍ଲା ସଭାପତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଝାରସୁଗୁଡ଼ା ଥାନାରେ ପହଞ୍ଚି ଏତଲା ଦେଇଛନ୍ତି।
Follow Us