ବବି ଦାସ ପଛରୁ ଛୁରି ମାରିଛନ୍ତି!

Advertisment

ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଦଳରୁ ଇସ୍ତଫା ଦେବା ପରେ ଯାଜପୁର ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଆରମ୍ଭ ହୋଇଥିବା ବେଳେ ସୁନନ୍ଦା ଆଜି ଗଣମାଧ୍ୟମରେ ବିସ୍ଫୋରକ ବୟାନ ରଖି ଦଳର ଗୁମର ଖୋଲିଛନ୍ତି।

ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଦଳରୁ ଇସ୍ତଫା ଦେବା ପରେ ଯାଜପୁର ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଆରମ୍ଭ ହୋଇଥିବା ବେଳେ ସୁନନ୍ଦା ଆଜି ଗଣମାଧ୍ୟମରେ ବିସ୍ଫୋରକ ବୟାନ ରଖି ଦଳର ଗୁମର ଖୋଲିଛନ୍ତି।

gfjgdggjd

ଯାଜପୁର: ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଦଳରୁ ଇସ୍ତଫା ଦେବା ପରେ ଯାଜପୁର ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଆରମ୍ଭ ହୋଇଥିବା ବେଳେ ସୁନନ୍ଦା ଆଜି ଗଣମାଧ୍ୟମରେ ବିସ୍ଫୋରକ ବୟାନ ରଖି ଦଳର ଗୁମର ଖୋଲିଛନ୍ତି। ତାଙ୍କ ଟିକଟ୍‌ କଟିବା ପଛରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପ୍ରଚ୍ଛନ୍ନ ଭୂମିକା ରହିଛି। ଗତ ନିର୍ବାଚନରେ ବବି ତାଙ୍କୁ ଟିକଟ ପ୍ରତିଶ୍ରୁତି ଦେଇ ପଛରୁ ଛୁରି ମାରିଥିଲେ। ଅଶୋକ ଦାସଙ୍କ ପୁଅ ଏଭଳି କାମ କରିପାରିବେ ବୋଲି ତାଙ୍କର ବିଶ୍ବାସ ହେଉନଥିଲା। ହେଲେ ପ୍ରମାଣ ପାଇବା ପରେ ସେ ସ୍ତବ୍ଧ ହୋଇ ଯାଇଥିଲେ। ସୁନନ୍ଦା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ପରାଜୟ ପାଇଁ ଦୋଷାରୋପ କରିନାହାନ୍ତି।

ଇସ୍ତଫା ପରେ ବିଜେଡି ଗୁମର ଖୋଲିଲେ ସୁନନ୍ଦା
ବିଶ୍ବାସଘାତ କରି ବିଧାୟିକା ହୋଇଥିଲେ ସୁନନ୍ଦା: ବିଶ୍ବ

ମୁଖ୍ୟମନ୍ତ୍ରୀ ଟିକଟ ବାଣ୍ଟିଥିଲେ ଦଳର ଏଭଳି ପରାଜୟ ହୋଇନଥା’ନ୍ତା। କିନ୍ତୁ ବବିଙ୍କ ସହିତ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହ ଟିକଟ ବାଣ୍ଟିବାରୁ ଦଳକୁ ବିପର୍ଯ୍ୟୟର ସାମନା କରିବାକୁ ପଡ଼ିଲା ବୋଲି ସୁନନ୍ଦା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବରୀ ଭଳି ସମଗ୍ର ରାଜ୍ୟରେ ଟିକଟ ବଣ୍ଟନରେ ହେରଫେର ହୋଇଥିଲା। ନିର୍ବାଚନ ପରିଚାଳନାରେ ବ୍ୟାପକ ତ୍ରୁଟି ଥିଲା। ଯେଉଁଥିପାଇଁ ଦଳର ବିପର୍ଯ୍ୟୟ ହେଲା। ତେବେ ସେ ଏକା ନୁହନ୍ତି, ତାଙ୍କ ଭଳି ଅନେକ ତୃଣମୂଳସ୍ତରରେ କାମ କରି ସଂଗଠନ ସଜାଡ଼ିଥିବା ନେତାଙ୍କ କ୍ଷେତ୍ରରେ ସମାନ ଅନ୍ୟାୟ କରାଯାଇଥିଲା। ସେମାନଙ୍କୁ ଉପଯୁକ୍ତ ଶାସ୍ତି ଦେବାକୁ ‌ସେ ପ୍ରଭୁ ଜଗନ୍ନାଥକୁ ଗୁହାରି କରିଥିଲେ। ଜଗନ୍ନାଥ ତାଙ୍କ ଡାକ ଶୁଣିଥିଲେ। ଏଥିପାଇଁ ସେ ମହାପ୍ରଭୁଙ୍କୁ ଦର୍ଶନ କରି ଧନ୍ୟବାଦ ଜଣାଇଥିବା କହିଛନ୍ତି। 

ସେପଟେ ସୁନନ୍ଦାଙ୍କ ବିରୋଧରେ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ମୁହଁ ଖୋଲିଛନ୍ତି। କହିଛନ୍ତି, ସୁନନ୍ଦା ଓ ତାଙ୍କ ସ୍ବାମୀ ଦେବୁଲ ଦାସ ଦୁହେଁ ବିଶ୍ବାସଘାତକ। ୨୦୧୯ ନିର୍ବାଚନରେ ସେମାନେ ତାଙ୍କୁ ବିଶ୍ବାସଘାତ କରି ବିଜେଡିରେ ସାମିଲ ହୋଇଥିଲେ। ପରେ ବିଧାୟିକା ହୋଇଥିଲେ। ଏବେ ରାଜ୍ୟରେ ବିଜେଡି ସରକାର ନାହିଁ। ତେଣୁ ସେମାନେ ବିଜେପି ସହିତ ମିଶି ସୁବିଧା ନେବାକୁ ଉଦ୍ୟମ ଚଳାଇଛନ୍ତି। ସେ ବିଧାୟିକା ଥିବାବେଳେ ବରୀରେ କୌଣସି ଉନ୍ନତିମୂଳକ କାମ ହୋଇନାହିଁ। ପଞ୍ଚାୟତରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ କେବଳ ପିସି କାରବାର ଚାଲିଥିଲା। ସୁନନ୍ଦାଙ୍କର ବରୀରେ କୌଣସି ସଙ୍ଗଠନ ନାହିଁ ବୋଲି କହି ବିଶ୍ବ ତାଙ୍କୁ କଟାକ୍ଷ କରିଛନ୍ତି। ସୁନନ୍ଦା ଓ ବିଶ୍ବଙ୍କ ମଧ୍ୟରେ ଏଭଳି ବୟାନବାଜି ଜିଲ୍ଲା ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe