ଛୁରା ମାଡ଼ କରି କାର ଲୁଟ୍‌ ଉଦ୍ୟମ; ୩ ଅଟକ, ଡ୍ରାଇଭର୍‌ ଗୁରୁତର

Advertisment
ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ଦେବଗଡ଼ : ୪୯ ନମ୍ବର ଜାତୀୟ ରାଜପଥର ଦେବଗଡ଼ ଥାନା ଅନ୍ତର୍ଗତ ତିଲେଇବଣି- ଚଟିବରଘାଟ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଛୁରା ମାଡ଼ କରି କାର୍‌ ଲୁଟ୍‌ ଉଦ୍ୟମ କରାଯାଇଥିଲା। ଏଥିରେ ଗାଡ଼ିର ଚାଳକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପୁଲିସ୍‌ ୩ ଜଣ ଲୁଟେରାଙ୍କୁ କାବୁ କରି ଅଟକ ରଖିଛି। ଅବସ୍ଥା ଗୁରୁତର ଥିବାରୁ ଚାଳକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଅଇଁଠାପାଲିରୁ ଦେବଗଡ଼ ଅଞ୍ଚଳର ୩ ଜଣ ଯୁବକ ଏକ କାର୍‌ ଭଡ଼ା କରି ଦେବଗଡ଼ ଆସିଥିଲେ। ତେବେ ତିଲେଇବଣି-ଚଟିବରଘାଟ ରାସ୍ତାରେ ହଠାତ୍‌ ସେମାନେ ଗାଡ଼ି ଚାଳକ ରାଜୁ ଖାନ୍‌ଙ୍କୁ ପିସ୍ତଲ ଦେଖାଇ ଓ ଛୁରାରେ ଆକ୍ରମଣ କରି କାର୍‌ ଲୁଟି ନେବା ସହ ଅନ୍ୟତ୍ର ବିକ୍ରି ଉଦ୍ୟମ କରିଥିଲେ। କୌଣସି ସୂତ୍ରରୁ ଖବରପାଇ ଦେବଗଡ଼ ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଚଢ଼ଉ କରି ଘଟଣା ସ୍ଥଳରୁ ୩ ଜଣ ଲୁଟେରାଙ୍କୁ କାବୁ କରିବା ସହ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ। ସେମାନଙ୍କୁ ଅଟକ ରଖି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ରାଜୁ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe