ଠିକାଦାର କ୍ୟାମ୍ପରେ ପୋଡ଼ାଜଳା

Advertisment
ଠିକାଦାର କ୍ୟାମ୍ପରେ ପୋଡ଼ାଜଳା

ରାଉରକେଲା : ବିଶ୍ରା ବ୍ଲକ ତୁଳସୀକାନି ପଞ୍ଚାୟତ କାଳିଆପୋଷରେ ଚେକ୍‌ଡ୍ୟାମ୍‌ ନିର୍ମାଣ ଠିକା ନେଇଥିବା ‘ତାରିଣୀ ଏଣ୍ଟରପ୍ରାଇଜେସ୍‌’ କ୍ୟାମ୍ପରେ ଗତକାଲି ରାତି ଅଜ୍ଞାତ ବନ୍ଧୁକଧାରୀମାନେ ପୋଡ଼ାଜଳା କରିଛନ୍ତି। ସେମାନେ କ୍ୟାମ୍ପରେ ପଶି ଭାଇବ୍ରେଟର୍‌, ମିକ୍ସର ମେସିନ୍‌, ଜେନେରେଟର୍‌ ପୋଡ଼ିବା ସହ ସିମେଣ୍ଟ ଗୋଦାମରେ ନିଆଁ ଲଗାଇ ବ୍ୟାପକ କ୍ଷତି କରିଛନ୍ତି। ସନ୍ଦିଗ୍ଧ ନକ୍ସଲମାନେ ଏହି କାଣ୍ଡ ଭିଆଇଥିବା କ୍ୟାମ୍ପର ଜଗୁଆଳି କହିଛନ୍ତି। ଗତ ୨୦୧୭ ଡିସେମ୍ବର ୨୩ରେ ଝାଡ଼ଖଣ୍ଡର ଛୋଟାନାଗରା ସବ୍‌ଡିଭିଜିନାଲ୍‌ ସିପିଆଇ (ମାଓବାଦୀ) ସଂଗଠନ ନାମରେ ଠିକାଦାରଙ୍କୁ ୩ ଲକ୍ଷ ଟଙ୍କା ଚାନ୍ଦା ଦେବାକୁ ଧମକ ଆସିଥିଲା। ମାତ୍ର ଆଜିକାଲି କହି ଠିକାଦାର ଦିନ ଗଡ଼ାଇ ଚାଲିଥିଲେ। ତେଣୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ପୋଡ଼ାଜଳାରେ ନକ୍ସଲଙ୍କ ସମ୍ପୃକ୍ତିକୁ ପୁଲିସ୍‌ ଅସ୍ୱୀକାର କରିଛି। ବରଂ କ୍ୟାମ୍ପ ଜଗୁଆଳି ଓ ତା’ର ଦୁଇଜଣ ସହଯୋଗୀ ଏହି କାଣ୍ଡ ଘଟାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe