image source-Sabrang India
ଆଳି: କରୋନା ମହାମାରୀର ମହାବିପତ୍ତି ସମୟରେ ଡାକ୍ତର ଓ ମେଡିକାଲ ଟିମ ହିଁ ସମସ୍ତଙ୍କର ଭରଷା। ମାତ୍ର ନିଜ ଜୀବନକୁ ବିପନ୍ନ କରି କୋଭିଡ ପରୀକ୍ଷା ପାଇଁ ଲୋକ ମାନଙ୍କର ସ୍ବାବ ସଂଗ୍ରହ କରୁଥିବା କରୋନା ଯୋଦ୍ଧାଙ୍କ ଉପରେ ଆଜି ବନ୍ଧୁକ ଦେଖାଇ ଆକ୍ରମଣ କରି ଜନୈକ ଯୁବକ ଗିରଫ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଳି ଥାନା ପତ୍ରପୁର ପଞ୍ଚାୟତର ସାମୁହିକ ସ୍ବାବ ସଂଗ୍ରହ କରାଯାଉଥିଲା । ପତ୍ରପୁର, ଗୋପାଳପୁର ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରୁ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ଆଜି କେନ୍ଦ୍ରାପଡାର ମାଇକ୍ରୋ ବାୟୋଲୋଜିଷ୍ଟ ଟିମ୍ ପତ୍ରପୁର ଏଏନଏମ ସେଣ୍ଟରରେ ସ୍ବାବ ସଂଗ୍ରହ ଶିବିର କରି ସ୍ବାବ ସଂଗ୍ରହ କରୁଥିଲେ। ଏହି ୭ ଜଣିଆ ଟିମ୍ ଅପରାହ୍ନ ୩ ଟାରେ ମଧ୍ୟାହ୍ନ ଭୋଜନ ବିରତି ନେଇ ଖାଉଥିବା ସମୟରେ ଅପେକ୍ଷାରତ ଲୋକ ମାନଙ୍କ ପାଖରେ ଟିମ୍ର ମହିଳା ସଦସ୍ୟା ସୁଧାଂଶୁବାଳା ଲେଙ୍କା ଲୋକଙ୍କ ନାମ ରେଜିଷ୍ଟ୍ରେସନ କରୁଥିଲେ।/sambad/media/post_attachments/wp-content/uploads/2020/07/13-18-750x430-300x172.jpg)
ଏହି ସମୟରେ ସ୍ଥାନୀୟ ପତ୍ରପୁର ଗ୍ରାମର ଜନୈକ ଯୁବକ ବିଶ୍ବରଞ୍ଜନ ପରିଡା ପହଞ୍ଚି ସୁଧାଂଶୁବାଳାଙ୍କୁ ନାନା ପ୍ରଶ୍ନ ସହିତ ତୁମକୁ ସ୍ବାବ ଟେଷ୍ଟ ପାଇଁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ। ସୁଧାଂଶୁବାଳା ସଂପୃକ୍ତ ଯୁବକଙ୍କୁ ତାଙ୍କର ପରିଚୟ ମାଗିବାରୁ ସେ ଉତକ୍ଷିପ୍ତ ହୋଇ ଅକଥ୍ୟନୀୟ ଭାଷାରେ ଗାଳିଗୁଲଜ କରିବା ସହିତ ଟିମର ଅନ୍ୟ ସଦସ୍ୟ ମାନଙ୍କୁ ଠେଲାପେଲା କରି ଧକ୍କା ମାରି ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇ ବନ୍ଧୁକ ଦେଖାଇଥିଲେ। ସଂପୃକ୍ତ ଟିମ ପକ୍ଷରୁ ଏନେଇ ଆଳି ଥାନାରେ ଏତଲା ଦିଆଯିବା ପରେ ଆଳି ପୁଲିସ ଅଭିଯୁକ୍ତ ଯୁବକ ବିଶ୍ବରଞ୍ଜନକୁ ରାତିରେ ଗିରଫ କରିଛି।
Follow Us