ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ

ଦେବଗଡ଼ : ଗତ ମାସ ୨୮ ତାରିଖ ଦିନ ବାରକୋଟ ଥାନାଞ୍ଚଳର ଦେପତଳା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ନେଇ ବାରକୋଟ ଥାନାରେ ଅଭିଯୋଗ ହୋଇଥିଲା। ବାରକୋଟ ଥାନା ପୁଲିସ ଏହାର ତଦନ୍ତ କରି ଏହି ମାମଲାରେ ସମ୍ପୃକ୍ତ ଦେପତଳା ଗ୍ରାମର ଗଣ୍ଡ ପ୍ରଧାନ(୪୦) ଓ ବୈଷ୍ଣବ ପ୍ରଧାନ (୩୮)ଙ୍କୁ ଗିରଫ କରି ଗୁରୁବାର କ‌ୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଦେପତଳା ଗ୍ରାମର ଗଣ୍ଡ ପ୍ରଧାନଙ୍କ ସ୍ତ୍ରୀ ତୁଳସୀ ପ୍ରଧାନଙ୍କ ସ୍ବାସ୍ଥ୍ୟ ବାରମ୍ବାର ଅସୁସ୍ଥ ହେବାରୁ ସେ ଗ୍ରାମରେ ହେଉଥିବା ବିଶ୍ରୀ ଯାତ୍ରାରେ ଠାକୁରାଣୀଙ୍କ ଶରଣ ପଶିଥିଲେ। ପୂଜା ସମୟରେ ତୁଳସୀଙ୍କ ଦେହରେ ଠାକୁରାଣୀ ସବାର ହୋଇ ଗ୍ରାମର ଦେବାନନ୍ଦ ମହାକୁଳଙ୍କ ସ୍ତ୍ରୀ ଭୂୟାଁଣୀ ମହାକୁଳ ଗୁଣିଗାରେଡ଼ି କରୁଥିବା ଯୋଗୁଁ ସେ ଅସୁସ୍ଥ ହେଉଥିବା କହିଥିଲେ। ଏହାପରେ ତୁଳସୀଙ୍କ ସ୍ବାମୀ ଗଣ୍ଡ ପ୍ରଧାନ ଗ୍ରାମ ଲୋକଙ୍କୁ ନେଇ ଗତ ମାସ ୨୮ ତାରିଖ ଦିନ ଏକ ବୈଠକ ଡକାଇଥିଲେ। ବୈଠକରେ ଭୂୟାଁଣୀ ଓ ତାଙ୍କ ସ୍ବାମୀ ଦେବାନନ୍ଦଙ୍କୁ ଜୋରଜବରଦସ୍ତି ଡକାଯାଇଥିଲା। ବୈଠକସ୍ଥଳୀରେ ପହଞ୍ଚିବା ପରେ ଉପସ୍ଥିତ ଗ୍ରାମବାସୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀମାନଙ୍କ ମାଡ଼ରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ  ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ବାରକୋଟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଆହତ ଦମ୍ପତି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe