ଗାଈ ବିକାଳିଙ୍କୁ ମାଡ଼ ମାରି ଟଙ୍କା ଲୁଟ୍‌, ୮ ଗିରଫ

ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ସମ୍ବଲପୁର : ଗାଈ ବିକାଳିଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ଟଙ୍କା ଲୁଟ୍‌ କରିବା ଅଭିଯୋଗରେ ସଦର ପୁଲିସ ୮ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ଦିନ ରସିଆ ହରିପାଲ୍ ନାମକ ବ୍ୟକ୍ତି ଖୁଲିଆ ଗାଁରୁ ୧୪ ହଜାର ଟଙ୍କା ଦେଇ ୩ଟି ଛଡ଼ା ଓ ୨ଟି ଗାଈ କିଣିଥିଲେ। ତାକୁ ଝରିଆବାହାଲ ମାର୍କେଟ୍‌ରେ ବିକ୍ରି କରିବା ପାଇଁ ସେ ଗାଈମାନଙ୍କୁ ଆଣୁଥିଲେ। ଗାଈ ଧରି ଆସିବା ସମୟରେ ଠେମରା ଅଞ୍ଚଳରେ ତାଙ୍କୁ କିଛି ଯୁବକ ଅଟକାଇ ଥିଲେ। ଚୋରା ଗୋ ଚାଲାଣ କରୁଛ ବୋଲି କହି ରସିଆଙ୍କୁ ନିର୍ଧୂମ୍‌ ମାଡ଼ ମାରିଥିଲେ। ଏହାପରେ ତାଙ୍କ ଠାରୁ ୪୭୦୦ ଟଙ୍କା ନେଇ ଚାଲି ଯାଇଥିଲେ।

ଏ ନେଇ ରସିଆ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଦର ଥାନାଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୋଗ ପରେ ସେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ପରେ ଠେମରାର ୮ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମନୋରଞ୍ଜନ ବଢେଇ, କିରଣ ସେଠ, ନରେଶ ବଢେଇ, ଉମାକାନ୍ତ ମହଣ, ରାଜକିଶୋର ଭୋଇ, ତପନ ମହାପାତ୍ର, ସୌମ୍ୟକାନ୍ତ ସାହୁ ଓ ଆଲାଦିନ ସାହୁ। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe