କୁଚିଣ୍ଡାରେ ଡାକ୍ତରଙ୍କ ଉପରେ ଆକ୍ରମଣଙ୍କୁ ଓମ୍‌ସା ନିନ୍ଦା

କୁଚିଣ୍ଡାରେ ଡାକ୍ତରଙ୍କ ଉପରେ ଆକ୍ରମଣଙ୍କୁ ଓମ୍‌ସା ନିନ୍ଦା

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ସବୋଦ କୁମାର ନାୟକଙ୍କୁ ଗତ ୨୧ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛି ଓମ୍‌ସା। ତେଣୁ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।ଆଜି ଓଡ଼ିଶା ଡାକ୍ତରୀ ସେବା ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୁଚିଣ୍ଡାରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା। ସଂଘର ସଂପାଦକ ଡା.ପୂଣ୍ଣ୍ୟଶ୍ଲୋକ ଦାସଙ୍କ ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲ କଲେଜ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ମେଡିକାଲ ସୁରକ୍ଷା ଆଇନ କରିଥିଲେ ହେଁ ତାହା ଅନେକ ଡାକ୍ତରଖାନାରେ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ଡାକ୍ତରଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢ଼ି ବଢ଼ି ଚାଲିଛି। ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ତେଣୁ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାର ସଂଘ ସହିତ ଆଲୋଚନା କରିବାକୁ ଡା.ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe