ବୌଦ୍ଧ: ଘରୁ ଡାକିଆଣି ବୃଦ୍ଧଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ରାଉତପଡା ଗ୍ରାମରେ ଶନିବାର ରାତି ୭ଟା ୩୦ ମିନିଟ ସମୟରେ ନିରଞ୍ଜନ ଦୀପ ନାମକ ୬୫ବର୍ଷର ଜଣେ ବୃଦ୍ଧଙ୍କୁ ଘରୁ ବାହାରକୁ ଡାକିନେଇ ଗ୍ରାମର କିଛି ଯୁବକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଏକଥା ଜାଣି ଘରେ ଥିବା ତାଙ୍କ ପରିବାରର ମହିଳାମାନେ ପାଟିକରି ସାହି ପଡିଶା ଲୋକଙ୍କୁ ଡାକ ପକାଇବାରୁ ଆକ୍ରମଣକାରୀ ସେଠାରୁ ଫେରାର ମାରିଥିଲେ। ତାଙ୍କର ବେକ ଓ ପିଠିରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖି ପରିବାର ଲୋକ ତାଙ୍କୁ ଏକ ଅଟୋ ଯୋଗେ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଡାକ୍ତର ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିବା ଜଣାପଡିଛି।

ଖବର ପାଇ ହରଭଙ୍ଗା ପୁଲିସ ରାଉତପଡା ଗ୍ରାମରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଛି। ଆହତ ବ୍ୟକ୍ତି ଜଣକ ହରଭଙ୍ଗା ଭାଜପା ଯୁବ ମଣ୍ଡଳ ସଭାପତି ଅରୁପା ଦୀପଙ୍କର ବାପା ବୋଲି ଜଣାପଡିଛି। ଆକ୍ରମଣର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ଗାଁରେ ବିକ୍ରି ହେଉଥିବା କୁଚିଆ ମଦକୁ ବିରୋଧ କରୁଥିବାରୁ ଚୋରା କୁଚିଆ ମଦ ବେପାରିଙ୍କ ପ୍ରରୋଚନାରେ କିଛି ଯୁବକ ତାଙ୍କ ବାପାଙ୍କୁ ସଙ୍ଗବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ପରିବାର ଲୋକେ ସନ୍ଦେହ କରୁଥିବା ତାଙ୍କର ପୁଅ ଅରୁପ ଦୀପ ଗଣମାଧ୍ୟମକୁ କହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe