DNA India
ବଅଁରପାଳ : ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗାଁରେ ବୁଧବାର ରାତିରେ ତୁମୁଳକାଣ୍ଡ ଘଟିଛି। ଠାକୁରଙ୍କ ଭସାଣି ଶୋଭାଯାତ୍ରାରେ ପୁଲିସ ଡିଜେ ବଜାଇବା ବନ୍ଦ କରିବାରୁ ଯୁବକମାନେ ଫାଣ୍ଡି ଅଧିକାରୀ କାର୍ତ୍ତିକ ବାରିକ ଓ କନେଷ୍ଟବଳ ମୁରଲୀଧର ମାଝୀଙ୍କୁ ନିର୍ଧୂମ ପିଟିଛନ୍ତି। ଦୁହେଁ ଆହତ ହୋଇଥିବା ବେଳେ ପୁଲିସ ଏସ୍ଡିପିଓ ଏବଂ ଥାନାଧିକାରୀ ଦୁଇପ୍ଲାଟୁନ୍ ଫୋର୍ସ ସହ ଆଜି ଗାଁରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଛନ୍ତି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି।
Follow Us