ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତରିତ

ଗଞ୍ଜାମ ପୁଲିସ ଜିଲ୍ଲାର ୨୦୨୦ ଅପରାଧ ଗ୍ରାଫ୍‌ : ବର୍ଷକରେ ୬୧ ହତ୍ୟା, ୧୧୭ ଦୁର୍ଷ୍କମ ମାମଲା

DNA India

ନିଶ୍ଚିନ୍ତକୋଇଲି : ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ରଘୁନାଥଜିଉ ମନ୍ଦିରର ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁ(ଫକନ)ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ଭୁଜାଲି ମାଡ଼ କରି ଫେରାର ହୋଇଯାଇଛନ୍ତି। ମନ୍ଦିରରୁ କାମ ସାରି ସ୍କୁଟିରେ ନିଜ କୁଳସୁକରପଡ଼ା ଘରକୁ ଫେରୁଥିବା ବେଳେ କେଳାସାହି ବାଲିଗିରି ପୋଲ ନିକଟରେ ୨/୩ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଫକନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ‌ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କେଣ୍ଟାଳ ପଞ୍ଚାୟତ ରଘୁନାଥଜିଉ ମନ୍ଦିରର ଟ୍ରଷ୍ଟି ଶ୍ରୀ ସାହୁ ରାତି ପ୍ରାୟ ୯ଟା ବେଳେ ଘରକୁ ଫେରୁଥିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ବିପରୀତ ଦିଗରୁ ଏକ ଗାଡ଼ି ଆସିବା ଦେଖି ଦୁର୍ବୃତ୍ତମାନେ ଖସି ପଳାଇଥିଲେ। କେଉଁ କାରଣରୁ ଓ କିଏ ଏଭଳି ଆକ୍ରମଣ କରିଛି ସେ ସଂପର୍କରେ ସ୍ପଷ୍ଟ ଭାବେ ଜଣା ପଡ଼ି ନଥିଲେ ବି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଘଟିଥିବା ଚର୍ଚ୍ଚା ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe