ଗ୍ୟାରେଜ୍ ମିସ୍ତ୍ରିଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୨ ସୁପାରି କିଲର ଗିରଫ, ବାଇକ ଜବତ

Advertisment
ଗ୍ୟାରେଜ୍ ମିସ୍ତ୍ରିଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୨ ସୁପାରି କିଲର ଗିରଫ, ବାଇକ ଜବତ

ପାଣିକୋଇଲି: ଗ୍ୟାରେଜ ମିସ୍ତ୍ରିଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଆଜି ଆଉ ୨ଜଣ ସୁପାରି କିଲରଙ୍କୁ ପାଣିକୋଇଲି ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଏକ ବାଇକ ଜବତ ହୋଇଛି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କୋରେଇ ଥାନା ବରୁଣ୍ତାଇ ବାଆଗଡିଆ ଗ୍ରାମର ସଂଜୁ ଓରଫ ସଂଜୟ ଜେନା(୩୨)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଆଜି ଗିରଫ ଦୁଇ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ରାମକୃଷ୍ଣପୁର ଗ୍ରାମର ଗୌର ଓରଫ ସତ୍ୟବ୍ରତ ଖିଲାର (୨୫) ଓ କେନ୍ଦୁଝର ଜିଲ୍ଲା ସୋସୋ ଥାନା ବରାଇ ଗ୍ରାମର ପ୍ରଶାନ୍ତ ଓରଫ ଦୀନବନ୍ଧୁ ନାୟକ (୩୫)। ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଛି।

କୋରେଇ ଥାନା ବୈତରଣୀରୋଡ ବଜାରରେ ବରୁଣ୍ତାଇ ଗ୍ରାମର ଗୌରାଙ୍ଗ ବରାଳ ମଟରସାଇକଲ ଗ୍ୟାରେଜ କରିଛନ୍ତି। ସେହି ବଜାରରେ ଆଉ ଜଣେ ଗ୍ୟାରେଜ ମାଲିକଙ୍କ ସହ ତାଙ୍କର ବ୍ୟବସାୟିକ ଶତ୍ରୁତା ରହିଥିଲା। ଗୌରାଙ୍ଗଙ୍କ ଗ୍ୟାରେଜରେ ହୃଷୀକେଶ ମେକାନିକ ଭାବେ କାମ କରୁଥିଲେ। ଗତ ମାର୍ଚ୍ଚ ୨୬ ତାରିଖ ରାତିରେ କେହି ଜଣେ ହୃଷୀଙ୍କୁ ଫୋନ କରି ଅମୃତିଆଠାରେ ତାଙ୍କ ବାଇକ ଖରାପ ହୋଇଛି କହି ଡାକିଥିଲେ। ହୃଷୀ ଜଣେ ଶିକ୍ଷକଙ୍କ ବାଇକ (ଓଡି୩୪ ଏଫ ୦୮୬୦) କୁ ଧରି ବାହାରିଥିଲେ। ବର୍ତମଣା ପାଖରେ ତାଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିଲେ। ଟଙ୍କା ଓ ବାଇକ୍‌ ଛଡ଼ାଇନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ପାଣିକୋଇଲି ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ୧୦୪/୨୧ ରୁଜୁ କରିଥିଲା। ଏଏସଆଇ ଅମିୟ ବେହେରା ତଦନ୍ତ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe