ବିଲରୁ ଛେଳି ଘଉଡ଼ାଇଲେ ବୋଲି ୩ ବାଳିକାଙ୍କୁ ଚୁଟି ଘୋଷାରି ପିଟିଲେ

Advertisment
ଦିଗପହଣ୍ଡି : କପି ରୋକିବାରୁ ଭଙ୍ଗାରୁଜା କଲେ ଛାତ୍ର

The Leaders Online

ବସ୍ତା-୨/ଗାନ୍ଧିଛକ: ବିଲରୁ କାହିଁକି ଛେଳି ଘଉଡ଼ାଇଲେ ବୋଲି ୩ ନାବାଳିକାଙ୍କୁ ଘରୁ ଘୋଷାଡ଼ି ଆଣି ପିଟିଲେ। ୩ ଜଣ ଛୋଟ ଝିଅଙ୍କୁ ଏମିତି ନିର୍ଦ୍ଦୟ ଭାବେ ମାଡ଼ ମାରିବା ନେଇ ସମସ୍ତେ ଦେଖିଲେ, ଅଥଚ କେହି ପ୍ରତିବାଦ କଲେନି। ବସ୍ତା ଥାନା ସାହାସପୁରା ଗାଁ’ର ଏହି ଅଭାବନୀୟ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ନାବାଳିକାଙ୍କ ଝିଅଙ୍କ ବାପାମାଆ।

ଅଭିଯୋଗ ମୁତାବକ, ସାହାସପୁରା ଗାଁ’ର ହୀରା ମାରାଣ୍ତି ତାଙ୍କ ମୁଗ ବିଲ ଜଗିବା ପାଇଁ ୩ ଝିଅ ଆସମିତା, ଚମ୍ପା ଓ ସାଲବେଙ୍କୁ ପଠାଇଥିଲେ। ସେମାନେ ସେଠାରେ ପହଞ୍ଚିବା ବେଳେ ବିଲରେ ପଶି ଛେଳିପଲ ମୁଗଗଛ ଖାଉଥିଲେ। ଫଳରେ ସେମାନେ ବିଲରୁ ଛେଳିଗୁଡ଼ିକୁ ଘଉଡ଼ାଇ ଦେଇଥିଲେ। ଏହା ଦେଖି ଜମି ନିକଟରେ ଛେଳି ଚରାଉଥିବା ଲକ୍ଷ୍ମୀଧର ରାଉଳ, ମାନସ ରାଉଳ, ସନ୍ତୋଷ ରାଉଳ, ରାଧା ଜେନା, ମଙ୍ଗୁଳି ଜେନା, ଗଦାଧର ସିଂ, ଟୁଲିଆ ବାଗ ପ୍ରମୁଖ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ପିଟିବାକୁ ଗୋଡ଼ାଇଥିଲେ। ୩ ଝିଅ ଜୀବନ ବିକଳରେ ଦୌଡ଼ି ଦୌଡ଼ି ଘରେ ପହଞ୍ଚିଥିଲେ। ହେଲେ ଘରୁ ୩ ଝିଅଙ୍କୁ ଚୁଟି ଧରି ଘୋଷାରି ଆଣି ସେମାନେ ମାଡ଼ ମାରିଥିଲେ। ଗାଁ’ ଲୋକେ ରୁଣ୍ତ ହେବାରୁ ଅଭିଯୁକ୍ତମାନେ ସେଠାରୁ ଚାଲି ଯାଇଥିଲେ। ଘଟଣା ସମ୍ପର୍କରେ ହୀରାଙ୍କ ସ୍ବାମୀ ପୂର୍ଣ୍ଣ ମାରାଣ୍ଡି ସରପଞ୍ଚଙ୍କୁ ଜଣାଇଥିବା‌ ବେଳେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe