ଗଞ୍ଜେଇ କାରବାରରେ ବାଧକ ସାଜିବାରୁ ହୋମଗାର୍ଡଙ୍କୁ ଟାଙ୍ଗିଆରେ ଆକ୍ରମଣ

ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

The Express Tribune

ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନାଠାରୁ ମାତ୍ର ୧ କିମି ଦୂରରେ ହୋମଗାର୍ଡ ଗିରୀଶ ଚନ୍ଦ୍ର କଅଁରଙ୍କୁ ଟାଙ୍ଗିଆରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନ‌ାରେ ଭର୍ତ୍ତି କରାଯାଇଛି। ଗଞ୍ଜେଇ କାରବାରରେ ବାଧକ ସାଜିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଆଲୋଚନା ହେଉଛି। ଏହି ଘଟଣାରେ ସ୍ଥାନୀୟ ମିଶ୍ର ହୋଟେଲ ମାଲିକ ଦିଲୀପ ମିଶ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ପୁଲିସର ସୂଚନା ଅନୁସା‌ରେ, ସୋମବାର ସନ୍ଧ୍ୟାରେ ସ୍ଥାନୀୟ ମିଶ୍ର ହୋଟେଲ ମାଲିକ ଦିଲୀପ ଘଣ୍ଟାପଡ଼ା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଗିରୀଶଙ୍କୁ ଖାଇବା ପାଇଁ ଫୋନ୍‌ କରି ଡାକିଥିଲେ। ଏହିସମୟରେ ଗିରୀଶ ତାଙ୍କ ଗାଁ ସର୍ଗିପଡ଼ାରୁ ଆସୁଥିଲେ। ଘଣ୍ଟାପଡ଼ା ନିକଟରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ହଠାତ୍‌ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡର ବାମପାର୍ଶ୍ୱରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଖୁଣ୍ଟିଗୋରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେଠାରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି, ଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଘଣ୍ଟାପଡ଼ା ଥାନାଧିକାରୀ ଗଣନାଥ ଥନାପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe