ଜଗତସିଂହପୁର ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା

Advertisment
ଜଗତସିଂହପୁର ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା

ଗାରୋଇ : ନାଉଗାଁ ବ୍ଲକ୍‌ ତିରୁଣା ପଞ୍ଚାୟତ ତେଣ୍ଟୋଇ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ବିଧାୟକ ତଥ‌ା ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି ହଟହଟାର ସମ୍ମୁଖୀନ ହୋଇଛନ୍ତି।

ବିଧାୟକ ଶ୍ରୀ ମୁଦୁଲି ଗତକାଲି ରାତି ପ୍ରାୟ ୧୨ଟାରେ ତେଣ୍ଟୋଇ ଗ୍ରାମର ଉଲ୍ଲାସ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିବା ସମୟରେ ଶତାଧିକ ଲୋକ ମେଳି ବାନ୍ଧି ‘ଏତେ ରାତିରେ କାହିଁକି ଆସିଛ’ ବୋଲି ପ୍ରଶ୍ନ କରି ପାଟିତୁଣ୍ଡ ଆରମ୍ଭ କରିଥିଲେ।। ବିଧାୟକ ସେତେବେଳେ ତାଙ୍କ ସ୍କର୍ପିଓ ଓଡି -୨୧-ଜି -୦୦୦୭ରେ ନଥିଲା ବେଳେ ଉତ୍ତ୍ୟକ୍ତ ଜନତା ହଠାତ୍‌ ତାଙ୍କ ଗାଡ଼ି ଉପରକୁ ଟେକାପଥର ମାଡ଼ କରିବାରୁ ଗାଡ଼ିର ସମ୍ମୁଖ ଭାଗ କାଚ ଓ ଗାଡ଼ି ଭିତର ଡ୍ୟାସ୍‌ ବୋର୍ଡ ଭାଙ୍ଗିରୁଜି ଯାଇଛି। ଆଜି ବିଧାୟକଙ୍କ ଗାଡ଼ି ଡ୍ରାଇଭର୍‌ ଲିଖିତ ଅଭିଯୋଗ କଲା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବାପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe