ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୩ ଗିରଫ, ଜଣେ ନାବାଳକ ବି ଅଟକ

Advertisment

କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ପୁଲିସ ଏହି ମାମଲାରେ ଜଣେ ନାବାଳକ ସମେତ ୪ ଜଣଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଲଥିପାଲି ଗାଁର ଅବିନାଶ ଦଳେଇ....

କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ପୁଲିସ ଏହି ମାମଲାରେ ଜଣେ ନାବାଳକ ସମେତ ୪ ଜଣଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଲଥିପାଲି ଗାଁର ଅବିନାଶ ଦଳେଇ....

dgdgcvcvcv

ବଲାଙ୍ଗୀର: କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ପୁଲିସ ଏହି ମାମଲାରେ ଜଣେ ନାବାଳକ ସମେତ ୪ ଜଣଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଲଥିପାଲି ଗାଁର ଅବିନାଶ ଦଳେଇ, ଗୁମର ନାଏକ ଓ ବଲାଙ୍ଗୀର ବରପାଲିପଡ଼ାର ଆଦିତ୍ୟ ଜେନା (ରକି)। ନାବାଳକକୁ ଅଟକ ରଖାଯାଇଛି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳେଇ ଫେରାର୍‌ ରହିଛି। ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ ହେବେ ବୋଲି ଏସ୍‌ପି ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଫେରାର୍‌ ମୁଖ୍ୟ ଅଭିଯୁକ୍ତକୁ ଖୋଜା ଚାଲିଛି: ଏସ୍‌ପି

ସୂଚନାଯୋଗ୍ୟ, ଗତ ୨୩ ତାରିଖ ଶ୍ରୀ ପ୍ରଧାନ ଖବର ସଂଗ୍ରହ କରିବାକୁ କୁଲଥିପାଲି ଗାଁକୁ ଯାଇଥିବାବେଳେ ଗଜେନ୍ଦ୍ରର ଇଙ୍ଗିତରେ ତାଙ୍କୁ ମାରପିଟ୍‌ ‌କରାଯାଇଥିଲା। ଗଜେନ୍ଦ୍ରର ସମର୍ଥକମାନେ ଗାଁ ମଝିରେ ତାଙ୍କୁ ଘେରିଯାଇ ଗାଳିଗୁଲଜ କରଥିଲେ। ଏଥିସହ ହାତବାନ୍ଧି ମାଡ଼ ମାରିଥିବା ପୁଇନ୍ତଳା ଥାନାରେ ଅଭି‌ଯୋଗ ହୋଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ୍ ହେବାପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରୁ ଦାବି ହୋଇଛି। ମାଡ଼ ମାରିଥିବା ଅବିନାଶ ଗିରଫ ହୋଇଥିବାବେଳେ ଠିକାଦାର ଗଜେନ୍ଦ୍ରକୁ ଧରିବାକୁ ଚଢ଼ଉ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe