ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

Odisha Bytes

ଅନୁଗୁଳ : ‘ସମ୍ବାଦ’ର ବଅଁରପାଳ ପ୍ରତିନିଧି ରାଜେଶ କୁମାର ନାୟକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଆଜି ସଂଧ୍ୟାରେ ମହୀଧରପୁରଠାରେ ଦୁର୍ବୃତ୍ତମାନେ ଖଣ୍ଡା ଓ ମାଂସ କଟା ଚାପଡ଼ରେ ସାମ୍ବାଦିକ ରାଜେଶଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ଆକ୍ରମଣ କରିବା ଘଟଣା ଅଂଚଳବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ଶ୍ରୀ ନାୟକଙ୍କ ଡାହାଣ ଜଙ୍ଘ ଏବଂ ହାତକୁ ହାଣି ଦେଇଥିବା ବେଳେ ତାଙ୍କ ଆଖି ଓ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି। ଦୁର୍ବୃତ୍ତଙ୍କ ଔଦ୍ଧତ୍ୟ ଏତିକିରେ ଶେଷ ହୋଇନାହିଁ। ଶ୍ରୀ ନାୟକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ମହୀଧରପୁର ଗାଁର କ୍ଷୀରୋଦ କୁମାର ସାହୁ ଓ ଅଶୋକ କୁମାର ସାହୁ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କ୍ଷୀରୋଦଙ୍କ ଡାହାଣ ହାତର ପାପୁଲି କଟିଯାଇଥିବା ଜଣାପଡ଼ିଛି। ଅଶୋକଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ମହୀଧରପୁର ଫାଣ୍ଡି ଅଧିକାରୀ ଅନୁଗୁଳ ମେଡିକାଲରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହିତ ଘଟଣା ସମ୍ପର୍କରେ ପଚରା ଉଚରା ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe