କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment

କାହିଁକି ବାରମ୍ବାର ଆକ୍ରମଣ ହେଉଛି, ତଦନ୍ତ ହେବ, ଅଭିଯୁକ୍ତ ଗିରଫ, ଘଟଣାକୁ ବିଜେଡିର ନିନ୍ଦା

କାହିଁକି ବାରମ୍ବାର ଆକ୍ରମଣ ହେଉଛି, ତଦନ୍ତ ହେବ, ଅଭିଯୁକ୍ତ ଗିରଫ, ଘଟଣାକୁ ବିଜେଡିର ନିନ୍ଦା

କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା/ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ହୋଇଛି। ଭାଗ୍ୟ ପରିବର୍ତନ ସଭାରେ ସୁମନ୍ତ ନାୟକ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। କେଉଁ କାରଣରୁ ଯୁବକ ଜଣକ ସାଧାରଣ ସଭାରେ ଏମିତି ଆକ୍ରମଣ କଲେ େସ ନେଇ ପୁଲିସ ତଦନ୍ତ କରୁଛି। ଏହା ବିଜେଡି ପ୍ରାୟୋଜିତ ଆକ୍ରମଣ ବୋଲି ଖାରବେଳ ଅଭିଯୋଗ କରିଥିବା ବେଳେ ବିଜେଡି ପକ୍ଷରୁ ଖଣ୍ଡନ କରାଯିବା ସହ ଘଟଣାର ନିନ୍ଦା କରାଯାଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଖାରବେଳଙ୍କୁ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ େହବ। େକବଳ େସତିକି ନୁେହଁ, କାହିଁକି ବାରମ୍ବାର ଖାରବେଳଙ୍କୁ ଏପରି ଆକ୍ରମଣ େହଉଛି, ଏହା ପଛରେ ଅସଲରେ କିଏ ଅଛି, ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚକୁ ନିେର୍ଦଶ ଯାଇଛି।

ସୂଚନା ଅନୁଯାୟୀ, ଖାରବେଳ ସ୍ବାଇଁ ଆଜି ସକାଳେ କାଶୀପୁର ବ୍ଲକ ଟିକିରିରେ ଭାଗ୍ୟ ପରିବର୍ତନ ସଭା କରି କାଶୀପୁର ଯାଇଥିଲେ। ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଶ୍ରୀ ସ୍ବାଇଁ ନିଜ ବକ୍ତବ୍ୟ ଦେବା ସମୟରେ କିଛି ଯୁବକ ମଞ୍ଚ ନିକଟକୁ ଚାଲି ଆସିଥିଲେ। ତୁରନ୍ତ ସଭା ବନ୍ଦ କରି ସ୍ଥାନ ଛାଡ଼ି ଚାଲି ଯିବାକୁ ବି ଧମକ ଦେଇଥିଲେ। ହଠାତ୍ ସୁମନ୍ତ ନାୟକ ନାମକ ଜଣେ ଯୁବକ ମଞ୍ଚ ଉପରକୁ ଚଢ଼ିଯାଇ ତାଙ୍କ ମୁହଁକୁ ଆକ୍ରମଣ କରିଥିଲା। ଆତର୍କିତ ଆକ୍ରମଣ ଖରାବେଳଙ୍କୁ ବିଚଳିତ କରିଥିଲା। ଏନେଇ ସେ କହିଛନ୍ତି ଯେ ବିଜେଡି ବିରୋଧରେ କହିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆକ୍ରମଣ କରାଇଛନ୍ତି। ପୁଲିସ ଆକ୍ରମଣରେ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା। ବିଳମ୍ବିତ ରାତିରେ ତାକୁ ଗିରଫ କରାଯାଇଛି। ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ କୁଆଡ଼େ ଆସିଥିଲେ ତାହାର ମଧ୍ୟ ତଦନ୍ତ େହବ େବାଲି ଏସପି ରାହୁଲ ପି.ଆର ପ୍ରକାଶ କହିଛନ୍ତି।

ତେବେ ବିଜେଡି ପକ୍ଷରୁ ଖାରବେଳଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି। କାଶୀପୁର ଅଞ୍ଚଳରେ ଏଭଳି ଆକ୍ରମଣ କରିବା ଭଳି କେହି ବିଜେଡି କର୍ମୀ ନାହାନ୍ତି ବୋଲି ରାଜ୍ୟ ବିଜେଡି ସ˚ପାଦକ ଜଗଦୀଶ ପାତ୍ର ସ୍ପଷ୍ଟ କରିଛନ୍ତି। ଜଣେ ରାଜନୈତିକ ଦଳର ନେତାଙ୍କୁ ସଭାରେ ଏମିତି ଆକ୍ରମଣକୁ ବିଜେଡି ନିନ୍ଦା କରୁଥିବା ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe