ପରକିୟା ପ୍ରୀତି ନେଇ ଯୁବକଙ୍କୁ ଟାଙ୍ଗିଆ ଚୋଟ

Advertisment
ପରକିୟା ପ୍ରୀତି ନେଇ ଯୁବକଙ୍କୁ ଟାଙ୍ଗିଆ ଚୋଟ

Wallpaperflare

ନୀଳଗିରି: ପରକିୟା ପ୍ରୀତିକୁ କେନ୍ଦ୍ର କରି ନୀଳଗିରି ଥାନା ଦଲଦଲି ଗ୍ରାମରେ ଆଜି ଜଣେ ଯୁବକ ଟାଙ୍ଗିଆଚୋଟରେ ଗୁରୁତର ଆହତ ହୋଇଛନ୍ତି। ଶ୍ୟାମସୁନ୍ଦରପୁର ପଂଚାୟତ ଦଲଦଲି ଗ୍ରାମର ବାବୁଲି ମୁଦୁଲି(୪୨) ଗୁରୁବାର ସଂନ୍ଧ୍ୟା ପ୍ରାୟ ୮ଟା ୧୫ ବେଳେ ସନ୍ତରାଗଡିଆ ବଜାର ଆସିଥିବା ବେଳେ ସେହି ଗ୍ରାମର ମାଉସୀ ପୁଅ ଭାଇ ଭାଲୁ ଗଜ୍(୩୨) ସନ୍ତରାଗଡ଼ିଆ ଆସି ଏକ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ। ଭାଲୁକୁ ଦେଖି ବାବୁଲି ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡ ଓ ବେକକୁ ଶକ୍ତ ଆଘାତ କରିଥିଲା।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭାଲୁ ଚିତ୍କାର କରୁଥିବା ବେଳେ ଅଭିଯୁକ୍ତ ବାବୁଲି ଫେରାର ହୋଇଯାଇଥିଲା ଖବର ପାଇ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଅଗୁରୁ ଦାସ ଭାଲୁକୁ ପ୍ରଥମେ ଈଶ୍ୱରପୁର ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ର ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ବାବୁଲି ମୁଦୁଲିର ସ୍ତ୍ରୀକୁ ଭାଲୁ ୫ ବର୍ଷ ପୂର୍ବରୁ ଆଣି ତା’ ଘରେ ରଖିଛି। ସେହି ଦିନଠାରୁ ୨ ଜଣଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ସମ୍ପର୍କରେ ୨ ଜଣ ମାଉସୀ ପୁଅ ଭାଇ ବୋଲି ଜଣାପଡ଼ିଛି। ପୁଲିସି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe