ବ୍ରହ୍ମପୁର ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ୨ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ

ବ୍ରହ୍ମପୁର ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ୨ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ

ବୁର୍ଲା : ଭିମ୍‌ସାର୍‌ରେ ଗତ ୪ ତାରିଖ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଛାତ୍ରଙ୍କୁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଆଜି ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡ଼ୁଙ୍କ ନିର୍ଦ୍ଦେଶକ୍ରମେ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏହି ତଦନ୍ତ କମିଟିରେ ଶିଶୁ ବିଭାଗର ମୁଖ୍ୟ ପ୍ରଫେସର ପ୍ରକାଶ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷ ଥିବା ବେଳେ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ମାଳତୀ ମୁର୍ମୁ, ଏଫ୍ଏମ୍‌ଟି ବିଭାଗର ମୁଖ୍ୟ ପ୍ରଫେସର ସତ୍ୟସାଇ ପଣ୍ଡା ଏବଂ ଏନାଟୋମି ବିଭାଗର ମୁଖ୍ୟ ପ୍ରଫେସର ମମତା ସର ସଦସ୍ୟ ଅଛନ୍ତି। କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆସନ୍ତା ୨ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଉକ୍ତ ରିପୋର୍ଟ ଆଧାରରେ ଦୋଷୀ ଛାତ୍ରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଫେସର ଟୁଡ଼ୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe