Attack on Odia youth in Tamil Nadu, CM condemns Photograph: (sambad.in)
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ନୃଶଂସ ଆକ୍ରମଣକୁ ନିନ୍ଦା କରିଛନ୍ତି । ପୀଡିତଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ଏବଂ ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ତାମିଲନାଡୁ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମସ୍ତ ଓଡ଼ିଆଙ୍କ ସୁରକ୍ଷା ଏବଂ ଆତ୍ମସମ୍ମାନ ଆମ ପାଇଁ ସର୍ବୋପରି। ଆମ ସରକାର ରାଜ୍ୟ ବାହାରେ କାମ କରୁଥିବା ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆହୁରି ପଢ଼ନ୍ତୁ:CM Appointment Letter: ୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ସୂଚନାଯୋଗ୍ୟ, ଓଡ଼ିଶାର ଜଣେ ଯୁବକଙ୍କୁ ତାମିଲନାଡୁରେ ଚାରି ଜଣ ନାବାଳକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଥିଲା, ତିନି ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିଲା ଏବଂ ଜଣଙ୍କୁ ଅଧ୍ୟୟନର କାରଣ ଦର୍ଶାଇ ଜାମିନରେ ମୁକ୍ତ କରାଯାଇଥିଲା। ପୀଡିତ ବର୍ତ୍ତମାନ ତିରୁଭଲ୍ଲୁର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ପକ୍ଷରୁ କୁହାଯାଇଛି ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ସଂଜ୍ଞାନ ନେବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଜଣେ ନିରୀହ ଓଡ଼ିଆ ପୁଅ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ।
ଓଡ଼ିଶା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପୀଡ଼ିତଙ୍କୁ ସମସ୍ତ ପ୍ରକାର ଉତ୍ତମ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।
ଆହୁରି ପଢ଼ନ୍ତୁ:New Year Celebration:ସିଏମଓ ସହିତ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଳନ ମନା
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆଙ୍କ ସୁରକ୍ଷା ଓ ସ୍ଵାଭିମାନ ଆମ ପାଇଁ ସର୍ବୋପରି। ରାଜ୍ୟ ବାହାରେ କର୍ମରତ ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ।
Follow Us