ପାଣ୍ଡିଆନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା: ଏକାଠି ହେଲେ ଆଇଏଏସ୍‌ ଅଧିକାରୀ

Advertisment
ପାଣ୍ଡିଆନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା: ଏକାଠି ହେଲେ ଆଇଏଏସ୍‌ ଅଧିକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା ବିରୋଧରେ ରବିବାର ଭାରତୀୟ ପ୍ରଶାସନିକ ଅଧିକାରୀମାନେ ଏକାଠି ହୋଇଛନ୍ତି। ଓଡ଼ିଶା କ୍ୟାଡ଼ରର ଅଧିକାଂଶ ଆଇଏଏସ୍‌ ଅଧିକାରୀ ଏଠାରେ ଅନୁଷ୍ଠିତ ଏକ ବୈଠକରେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେମାନେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ ଏକ ସ୍ମାରକ ପତ୍ର ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପଟେ ଆଇଏଏସ୍‌ ଅଧିକାରୀମାନେ ଏକାଠି ହୋଇଥିବା ବେଳେ ଅନ୍ୟପଟେ ରାଜନୈତିକ ଦଳ ଭିତରେ ପ୍ରବଳ ପ୍ରତିନ୍ଦ୍ୱନ୍ଦିତା ଦେଖାଯାଇଛି।

ସୂଚନାଯୋଗ୍ୟ, ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ପାଣ୍ଡିଆନ୍‌ଙ୍କ ସରକାରୀ ବାସଭବନକୁ ଧସେଇ ହୋଇ ପ୍ରବେଶ କରିବା ସହିତ ଭଙ୍ଗାରୁଜା ଓ ଗୋବର ମାଡ଼ କରିଥିଲେ। ଏଥି ସହିତ ସେମାନେ ପାଣ୍ଡିଆନ୍‌ ହାୟ ହାୟ ବୋଲି ନାରାବାଜି କରିଥିଲେ। ଏହି ଘଟଣା ପରେ ରାଜ୍ୟ ରାଜନୀତିରେ ଅଶାନ୍ତି ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe