ପାଣ୍ଡିଆନଙ୍କ ଘରେ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ହାଇକୋର୍ଟ ନୋଟିସ୍‌

Advertisment
ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ବାସଭବନ ଉପରକୁ ଗୋବର ମାଡ଼ କରିବା ଘଟଣାରେ ଜାମିନ ପାଇଥିବା ଅଭିଯୁକ୍ତଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଅଭିଯୁକ୍ତମାନେ ଏହି ଘଟଣାରେ ନିମ୍ନ ଅଦାଲତରୁ ଜାମିନ ପାଇଥିବା ବେଳେ ସେମାନଙ୍କ ଜାମିନ ରଦ୍ଦ ପାଇଁ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସରକାରଙ୍କ ଆବେଦନ ଗୁଡିକର ଏକତ୍ର ଶୁଣାଣି କରି ରଶ୍ମିରଂଜନ ମୁଦୁଲି ଓରଫ ବାପି, ବଳାରାମ ଖୁଣ୍ଟିଆ ଓରଫ ବଳିଆ, ରାକେଶ କୁମାର ଜେନା ଓ ଭୀମସେନ ନାୟକ ଓରଫ ବାପିଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମାମଲାରେ ପକ୍ଷ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟକିଆ, ଏଏସସି ଅକ୍ଷୟ କୁମାର ବେଉରା, କରୁଣାକର ନାୟକ ଓ ଅନୁପମ ରଥ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe