ପୁଲିସ୍‌ ସହ ବିଦ୍ୟୁତ୍ କର୍ମଚାରୀ ସଂଘବଦ୍ଧ ଆକ୍ରମଣ

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଗୁରୁତର

Sambad English

ଧର୍ମଶାଳା/କଣ୍ଟିଗଡ଼ିଆ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଗାଁରେ ଆଜି ବିଦ୍ୟୁତ୍ ବ୍ୟବହାର ଯାଞ୍ଚ ବେଳେ ଉତ୍ତ୍ୟକ୍ତ ଲୋକେ ବିଭାଗୀୟ କର୍ମଚାରୀ ଓ ପୁଲିସ୍‌କୁ ପିଟିଛନ୍ତି। ଲୋକଙ୍କ ସଂଘବଦ୍ଧ ଆକ୍ରମଣକୁ ସାମ୍ନା କରିନପାରି ବିଦ୍ୟୁତ୍ କର୍ମଚାରୀ ଓ ପୁଲିସ୍‌ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି।

କଣ୍ଟିଗଡ଼ିଆ ଗ୍ରାମରେ କେତେକ ଗ୍ରାହକଙ୍କ ଘରେ ବିଦ୍ୟୁତ୍ ବ୍ୟବହାର ସମ୍ପର୍କରେ ଯାଞ୍ଚ କରିବାକୁ ଆଜି ପୂର୍ବାହ୍ନରେ ଜାରକା ବିଦ୍ୟୁତ୍ ଉପଖଣ୍ତର ସହକାରୀ ଯନ୍ତ୍ରୀ, ନେଉଳପୁର ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ ସମେତ ପ୍ରାୟ ୩୦ ଜଣ କର୍ମଚାରୀ ଓ ୪ ଜଣ ପୁଲିସ୍‌ କର୍ମଚାରୀ ପହଞ୍ଚିଥିଲେ। ଜଣେ ଗ୍ରାହକଙ୍କ ଘରେ କେହି ପୁରୁଷ ନଥିବା ବେଳେ କିଛି ବିଦ୍ୟୁତ୍ କର୍ମଚାରୀ ତାଙ୍କ ଘରେ ପଶି ଯାଇଥିଲେ। ହଠାତ୍ ଏତେ ସଂଖ୍ୟକ ଅପରିଚିତ ଲୋକଙ୍କୁ ଦେଖି ଘରେ ମହିଳାମାନେ ଭୟଭୀତ ହୋଇଯାଇଥିଲେ। ଖବରପାଇ ଘରର ପୁରୁଷମାନେ ପହଞ୍ଚି ଏହି ବେଆଇନ ବିଦ୍ୟୁତ୍ ଯାଞ୍ଚକୁ ବିରୋଧ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଗାଁ ଲୋକେ ଓ ବିଦ୍ୟୁତ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତତର୍କ ଓ କଥା କଟାକଟି ହୋଇଥିଲା। ବିଦ୍ୟୁତ୍ କର୍ମଚାରୀଙ୍କ ଜୁଲମ୍ ଓ ଅଶାଳୀନ ବ୍ୟବହାରରେ ଉତ୍ତ୍ୟକ୍ତ ଲୋକମାନେ ସେମାନଙ୍କୁ ମାରପିଟ୍ କରିଥିଲେ। ପୁଲିସ୍‌ ଏହାକୁ ବିରୋଧ କରିବାରୁ ଲୋକେ ସେମାନଙ୍କୁ ମଧ୍ୟ ପିଟିଥିଲେ।

ସଂଘବନ୍ଧ ଆକ୍ରମଣକୁ ସାମ୍ନା କରି ନପାରି ସମ୍ପୃକ୍ତ କର୍ମଚାରୀମାନେ ଫେରିଆସି ଗାଁର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ଏସଂପର୍କରେ ଗ୍ରାମବାସୀ ଧର୍ମଶାଳା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କଣ୍ଟିଗଡ଼ିଆ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe