ରାଜନଗର: ପାଣି ପାଇପରେ ପୁଲିସକୁ ଆକ୍ରମଣ, ମତଦାନ ବାଧାପ୍ରାପ୍ତ

ରାଜନଗର: ପାଣି ପାଇପରେ ପୁଲିସକୁ ଆକ୍ରମଣ, ମତଦାନ ବାଧାପ୍ରାପ୍ତ

ରାଜନଗର: ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ଦେଖା ଦେଇଛି ନିର୍ବାଚନୀ ହିଂସା। ରାଜନଗର ଡେରା ପଞ୍ଚାୟତର ତିନି ନମ୍ବର ବୁଥରେ ଏଜେଣ୍ଟ ପ୍ରଭାକର ପରିଡାଙ୍କ ଅନଲାଇନରେ ନାମ ରହିଥିବା ବେଳେ ଭୋଟର ଲିଷ୍ଟରେ ନାମ ନଥିଲା। ଏହାକୁ କିଛି ଲୋକ ଦୃଢ଼ ବିରୋଧ କରିଥିଲେ। ସେମାନେ ବିରୋଧ କରିବା ପରେ ମତଦାନ କେନ୍ଦ୍ରଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ପରେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ କର୍ମଚାରୀମାନେ ପହଞ୍ଚି ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଉଦ୍ୟମ କରିବା ସହ କିଛି ଲୋକଙ୍କୁ ମାଡ଼ ମାରିଥିଲେ। ପରେ ଉତ୍ୟକ୍ତ ଲୋକେ ପୁଲିସକୁ ପାଣି ପାଇପରେ ଆକ୍ରମଣ କରିଥିଲେ। ଏହି କାରଣରୁ ମତଦାନ ଅଧଘଣ୍ଟା ସମୟ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ପୁଣି ମତଦାନ ଆରମ୍ଭ ହୋଇଥିବାର ଖବର ମିଳିଛି।

publive-image

ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ବି ଯାଜପୁର ଜିଲ୍ଲାରେ ଗଣ୍ଡଗୋଳ ଏବଂ ହିଂସା ପରିଲକ୍ଷିତ ହୋଇଛି। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଯାଜପୁର ଜିଲ୍ଲାରେ କେତେକ ସ୍ଥାନରେ ଅଘଟଣ ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୋରେଇ ବିଡିଓଙ୍କୁ ଆକ୍ରମଣ କରାଯାଇଛି। କିଛି ଦୁବୃର୍ତ୍ତ କୋରେଇ ବିଡିଓଙ୍କୁ ଆକ୍ରମଣ କରିଛନ୍ତି। ଏହାଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି। ଏଠାରେ ଥିବା ୮,୯,୧୦,୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଜଣାଯାଇଛି।
ଏଣେ ବିଂଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। କନକ ନିଉଜ୍, ଅର୍ଗସ୍ ନିଉଜ୍ ଓ କଳିଙ୍ଗ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଜଣାଯାଇଛି। ଏଠାରେ କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe