ଭସାଣି ବେଳେ ଉତ୍ତେଜନା: ଆଇଆଇସିଙ୍କୁ ମାଡ଼, ପୁଲିସ୍‌ ଭ୍ୟାନ୍‌ ଭଙ୍ଗାରୁଜା

Advertisment
ଭସାଣି ବେଳେ ଉତ୍ତେଜନା: ଆଇଆଇସିଙ୍କୁ ମାଡ଼, ପୁଲିସ୍‌ ଭ୍ୟାନ୍‌ ଭଙ୍ଗାରୁଜା

ବାସୁଦେବପୁର : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବାସୁଦେବପୁର ଥାନା ଅନ୍ତର୍ଗତ ଲୁଙ୍ଗା ଗାଁରେ ରଜ ଠାକୁର ଭସାଣିକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଥାନା ଗାଡ଼ି ଭଙ୍ଗାରୁଜା କରିବା ସହିତ ଆଇଆଇସି ନବକୃଷ୍ଣ ନାୟକଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣାରେ ପୁଲିସ ୨୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଅଧିକାରୀଙ୍କ ସହ ପୁଲିସ ଫୋର୍ସ ଗାଁରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଗିରଫ ଭୟରେ ଲୁଙ୍ଗା ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି।

ଗତକାଲି ରାତିରେ ବାସୁଦେବପୁର ଥାନା ଲୁଙ୍ଗା ଗାଁର ପୃଥକ୍‌ ପୃଥକ୍‌ କମିଟି ରଜ ଠାକୁର ଭସାଣି ଉତ୍ସବ ମନାଉଥିଲେ। ଏହାକୁ ଦେଖିବା ପାଇଁ ସେହି ଗାଁର କ୍ଷିତୀଶ ସେଠୀଙ୍କ ୭ ବର୍ଷର ଝିଅ କୁମ୍‌କୁମ୍‌ ପ୍ରିୟଦର୍ଶିନୀ ଘର ଆଗରେ ଠିଆ ହୋଇଥିବା ବେଳେ ନାଚୁଥିବା ଯୁବକମାନେ କୁମ୍‌କୁମ୍‌ ଉପରେ ମାଡି ଯାଇଥିଲେ। ତଳେପଡ଼ି କୁମ୍‌କୁମ୍‌ ଆହତ ହେବା ପରେ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ। ଏଭଳି କାର୍ଯ୍ୟକଳାପକୁ ନେଇ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉନ୍ମତ୍ତ ଯୁବକମାନଙ୍କ ସହ ବଚସା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷିତୀଶ ଏ ନେଇ ବାସୁଦେବପୁର ଥାନାକୁ ଜଣାଇଥିିଲେ। ଆଇଆଇସି ନବକୃଷ୍ଣ ନାୟକ ଜଣେ କନେଷ୍ଟବଳଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଡିଜେର ପ୍ରଚଣ୍ଡ ଶବ୍ଦକୁ ରୋକିବାକୁ ଶ୍ରୀ ନାୟକ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ହୋଇ ଯୁବକମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଢେଲା ଓ ପଥରମାଡ଼ରେ ଶ୍ରୀ ନାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା। ସେ ଆହତ ହୋଇ ପଡ଼ିିଯିବା ପରେ ଯୁବକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପଥର, ଢେଲା ମାଡ଼ରେ ଥାନା ଗାଡ଼ିି ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଲହୁଲୁହାଣ ହୋଇ ଥାନା ଅଧିକାରୀ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe