ଭଦ୍ରକରେ ପୁଲିସକୁ ଆକ୍ରମଣ ଘଟଣା: ୭ ଅଭିଯୁକ୍ତ କୋର୍ଟ ଚାଲାଣ

Advertisment

ସାମାଜିକ ଗଣମାଧ୍ୟମରେ ଏକ ସାମ୍ପ୍ରଦାୟିକ ମନ୍ତବ୍ୟ ପୋଷ୍ଟ୍‌କୁ ନେଇ ଗତକାଲି ଭଦ୍ରକ ସହର ସନ୍ଥିଆ ପୋଲଠାରେ ତୁମୁଳକାଣ୍ଡ ଘଟିଥିଲା। ବିରୋଧୀ ଗୋଷ୍ଠୀ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ଆଜି ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଆପଣାଇଛି

ସାମାଜିକ ଗଣମାଧ୍ୟମରେ ଏକ ସାମ୍ପ୍ରଦାୟିକ ମନ୍ତବ୍ୟ ପୋଷ୍ଟ୍‌କୁ ନେଇ ଗତକାଲି ଭଦ୍ରକ ସହର ସନ୍ଥିଆ ପୋଲଠାରେ ତୁମୁଳକାଣ୍ଡ ଘଟିଥିଲା। ବିରୋଧୀ ଗୋଷ୍ଠୀ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ଆଜି ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଆପଣାଇଛି

sfhshsfhhf

ଭଦ୍ରକ: ସାମାଜିକ ଗଣମାଧ୍ୟମରେ ଏକ ସାମ୍ପ୍ରଦାୟିକ ମନ୍ତବ୍ୟ ପୋଷ୍ଟ୍‌କୁ ନେଇ ଗତକାଲି ଭଦ୍ରକ ସହର ସନ୍ଥିଆ ପୋଲଠାରେ ତୁମୁଳକାଣ୍ଡ ଘଟିଥିଲା। ବିରୋଧୀ ଗୋଷ୍ଠୀ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ଆଜି ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଆପଣାଇଛି।

ସୂଚନା ମୁତାବକ; ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ ଅନୁସାରେ ପ୍ରଶାସନ ସାରା ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବାକୁ ଗତକାଲି ରାତିରୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦେଇଛି। ସେହିପରି ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତକାଲିଠାରୁ ପୁରୁଣା ବଜାର ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି। ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି। ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ଏନ୍‌ଏସି, ଦୋବଲ ଓ ଆଖପାଖ ଅଞ୍ଚଳରେ ୧୬୩ ଧାରା ଜାରି ହୋଇଛି। ଧାମନଗରରେ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି। 

ଜିଲ୍ଲାରେ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ
୧୬୩ ଧାରା ଜାରି, ୧୮ ପ୍ଲାଟୁନ୍ ଫୋର୍ସ ମୁତୟନ

ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ଅନୁରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ପୋଷ୍ଟ ବସିବା ସହ ପ୍ଲାଗ୍‌ମାର୍ଚ୍ଚ ଚାଲିଛି। ଅନ୍ୟପଟେ ପୁଲିସ ଉପରକୁ ପଥର ମାଡ଼ ଏବଂ ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ନେଇ ପୁରୁଣା ବଜାର ଥାନାରେ ପୃଥକ୍‌ ମାମଲା ରୁଜୁ ହୋଇଛି। ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ମନ୍ତବ୍ୟ ପୋଷ୍ଟ କରିଥିବା ଯୁବକକୁ ମଧ୍ୟ ପୁଲିସ ବାନ୍ଧିଛି। ଏନେଇ ଏକ ଶାନ୍ତି କମିଟି ଗଠନ ସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରୟାସ ଚାଲିଛି ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଓ ଏସ୍‌ପି ବରୁଣ ଗୁଣ୍ଠୁପାଲ୍ଲୀ। ଉଲ୍ଲେଖ ଥାଉକି; ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧୀ ବାର୍ତ୍ତା ଛାଡ଼ିଥିଲେ। ଯାହାକୁ ନେଇ ପୁରୁଣା ବଜାର ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବି କରି ଗତକାଲି ଅପରାହ୍ନରେ ସନ୍ଥିଆ ପୋଲ ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଇଥିଲା।

ସୂଚନା ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସହ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତାରୋକରୁ ବିରତ ହେବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ ପୁଲିସ ଉପରକୁ ଆଖିବୁଜା ପଥର ଓ ଇଟା ମାଡ଼ କରିଥିଲେ। ଫଳରେ ଟାଉନ୍‌ ଥାନା ଏସ୍ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିଯାଇଥିଲା। ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଭଦ୍ରକ ଟାଉନ୍ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ି ସହ ରାସ୍ତାରେ ଥିବା କିଛି ବାଇକ୍‌ ଓ ସାଇକେଲ୍‌କୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିଲେ। ସେହିଭଳି ଧାମନଗର ଥାନା ଅଞ୍ଚଳରେ ମଧ୍ୟ ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଥିଲା। ଲୋକେ ବିଳମ୍ବିତ ରାତିରେ ଧାମନଗର ଥାନା ଘେରାଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe