yaharisnails.com
ଗଞ୍ଜାମ : ଗଞ୍ଜାମ ବ୍ଲକ୍ ରମ୍ଭା ଥାନା ଇଲାକାରେ ଚୋରା ମଦ ବିକ୍ରି ଧରିବାକୁ ଯାଇ ପୁଲିସ ଫୋର୍ସ ଆକ୍ରମଣର ଶିକାର ହୋଇଛନ୍ତି। ମଦ ବେପାରୀଙ୍କ ଆକ୍ରମଣରେ ପୁଲିସ ଜିପ୍ ଭାଙ୍ଗିବା ସହ ଜଣେ ଏସ୍ଆଇଙ୍କ ସମେତ ତିନି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଗଜପତିନଗର ରାସ୍ତାର ବିଟିନୂଆଁଗାଁ ପଦ୍ମପୁରଠାରେ ବେଆଇନ ଭାବେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ରମ୍ଭା ଥାନା ପକ୍ଷରୁ ରାତି ପ୍ରାୟ ୧୧ଟାରେ ଚଢ଼ଉ କରାଯାଇଥିଲା। ଏହିସମୟରେ ମଦବେପାରୀମାନେ ଦଳବଦ୍ଧ ଭାବେ ପୁଲିସ୍ ଟିମ୍ ଉପରେ ଅତର୍କିତ ଆକ୍ରମଣ କରି ଦେଇଥିଲେ। ଫଳରେ, ଥାନା ଏସ୍ଆଇ ଶରତ ଦାସ, କର୍ମଚାରୀ ସନ୍ତୋଷ ରେଡ୍ଡୀ, ପ୍ରଭାତ ନାୟକ ଆହତ ହୋଇଥିବା ବେଳେ ପୁଲିସ୍ ଜିପ୍ ଭଙ୍ଗାରୁଜା କରିଥିଲେ। ପୁଲିସ୍ ଟିମ୍ ସେଠାରୁ ଜୀବନ ବଂଚାଇ କୌଶଳ କ୍ରମେ ଫେରି ଆଇଆଇସିଙ୍କୁ ଖବର ଦେବାପରେ ଅଧିକ ପୁଲିସ ଫୋର୍ସ ପହଞ୍ଚି ପହଲି ବେହେରା, ଗଣେଶ ବେହେରା ଓ ଶଙ୍କର ବେହେରାଙ୍କୁ ଗିରଫ କରିଥିଲେ।
Follow Us