ଚଢ଼ଉ ବେଳେ ପୁଲିସକୁ ତୀରମାଡ଼

Advertisment

ଅଳ୍ପକେ ବର୍ତ୍ତିଲେ କର୍ମଚାରୀ, ଖସି ପଳାଇଲେ ଅଭିଯୁକ୍ତ

ଅଳ୍ପକେ ବର୍ତ୍ତିଲେ କର୍ମଚାରୀ, ଖସି ପଳାଇଲେ ଅଭିଯୁକ୍ତ

ଚଢ଼ଉ ବେଳେ ପୁଲିସକୁ ତୀରମାଡ଼

ଚିତ୍ରଡା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଶୁକ୍ରବାର ସନ୍ଧ୍ୟାରେ ଏକ ଚୋରି ଘଟଣାର ତଦନ୍ତ କରିବାକୁ ଯାଇଥିବା ପୁଲିସ ଟିମ୍‌ ଉପରକୁ ଆତର୍କିତ ତୀରମାଡ଼ କରିଛନ୍ତି ଦୁର୍ବୃତ୍ତ। ଭାଗ୍ୟକୁ ପୁଲିସ କର୍ମଚାରୀଙ୍କ ଦେହରେ ତୀର ବାଜି ନଥିଲେ ବି ଦୌଡ଼ାଦୌଡ଼ି ବେଳେ କିଛି ଗୃହରକ୍ଷୀ ତଳେ ପଡ଼ି ଖଣ୍ଡିଆ ଖାବରା ହୋଇଛନ୍ତି।

ଖବରରୁ ପ୍ରକାଶ; ଏହି ଥାନା ଅଧୀନ ଚିତ୍ରଡ଼ା ପଞ୍ଚାୟତ ପୁରୁଣାପାଣି ଗ୍ରାମର ସରୋଜ କୁମାର ଦାସଙ୍କ ଘର ସାମ୍ନାରୁ ଗତ ବୁଧବାର ବିଳମ୍ବିତ ରାତିରେ ୫ କୁଇଣ୍ଟାଲ ଲୁହାଛଡ଼ ଚୋରି ହୋଇଥିଲା। ଗତକାଲି ସରୋଜ ଏ ନେଇ ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ଟିଆଁସି ଗ୍ରାମର କିଛି ଲୋକ ଏହି ମାମଲା‌ରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୁଲିସ। ଅଧିକ ତଦନ୍ତ ପାଇଁ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଦଳ ଆଜି ସନ୍ଧ୍ୟାରେ ଟିଆଁସି ଗ୍ରାମକୁ ଯାଇଥିଲା। ପୁଲିସ ଟିମ୍‌ ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେମାନଙ୍କ ଉପରକୁ ଚାରିଆଡ଼ୁ ଅତର୍କିତ ତୀରମାଡ଼ ହୋଇଥିଲା। ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିବା ବେଳେ ସେମାନେ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲେ।

ପୁଲିସ ଟିମ୍‌ ଘଟଣାସ୍ଥଳରୁ ଗୋଟିଏ ଧନୁ ଓ କିଛି ତୀର ଜବତ କରିଛି। ସମସ୍ତ ପୁଲିସ କର୍ମଚାରୀ ସୁରକ୍ଷିତ ଅଛନ୍ତି ଓ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଥାନାଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe