ପାଟକୁରା ଭୋଟିଂ ପରେ ଉତ୍ତେଜନା : ଭିଭିପାଟ ମେସିନ ଡିପୋଜିଟ କଲାବେଳେ ସିଲ୍ ଖୋଲାଥିବା ନେଇ ପୋଲିଂ ଅଫିସରଙ୍କୁ ଆକ୍ରମଣ ଅଭିଯୋଗ

Advertisment

କେନ୍ଦ୍ରାପଡ଼ା : ପାଟକୁରାରେ ଭୋଟିଂ ପରେ ଉତ୍ତେଜନା। ଭିଭିପାଟ ମେସିନ ରଖିବା ବେଳେ ଉତ୍ତେଜନା ଦେଖାଦେଇଛି। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗ ରୁମ ହୋଇଥିବା ବେଳେ ଏଠାରେ ଭିଭିପାଟ ମେସିନ ଡିପୋଜିଟ କଲାବେଳେ ଉତ୍ତେଜନା ଦେଖାଦେଇଛି। ଭିଭିପାଟ ମେସିନ ସିଲ୍ ଖୋଲାଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଏପରିକି ପୋଲିଂ ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି।

publive-image

ଏହାପୂର୍ବରୁ ଆଜି ପାଟକୁରାରେ ସକାଳ ୬ରୁ ସନ୍ଧ୍ୟା ୭ଟା ଯାଏଁ ଭୋଟ ଗ୍ରହଣ ହୋଇଥିଲା। କିଛି ବୁଥକୁ ଛାଡିଦେଲେ ଅନ୍ୟ ସମସ୍ତ ବୁଥରେ ବେଶ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଥିଲା। ମୋଟ ୧୦ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ଶେଷ ଖବର ଅନୁଯାୟୀ ୬୭ ପ୍ରତିଶତ ଭୋଟର ନିଜର ମତଦାନ କରିଥିଲେ। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe