ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ: ପୁଲିସ ଉପସ୍ଥିତିରେ କାର୍‌ ଭଙ୍ଗାରୁଜା, ମାରଣାସ୍ତ୍ର ଜବତ, ଏସ୍‌ଡିପିଓଙ୍କ ତଦନ୍ତ

Advertisment

ରବିବାର ମଧ୍ୟାହ୍ନରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଆରୁହାରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଠେଙ୍ଗାରେ ପିଟିବା ସହିତ ଶ୍ରୀ ବଳବନ୍ତରାୟଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି।

ରବିବାର ମଧ୍ୟାହ୍ନରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଆରୁହାରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଠେଙ୍ଗାରେ ପିଟିବା ସହିତ ଶ୍ରୀ ବଳବନ୍ତରାୟଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି।

dsdsxcxcd

ଧର୍ମଶାଳା: ରବିବାର ମଧ୍ୟାହ୍ନରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଆରୁହାରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଠେଙ୍ଗାରେ ପିଟିବା ସହିତ ଶ୍ରୀ ବଳବନ୍ତରାୟଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଧର୍ମଶାଳା ସମେତ ରାଜ୍ୟ ରାଜନୀତି ସରଗରମ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିବା ସହିତ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

ସୂଚନା ଅନୁସାରେ, ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ଆଜି ଆରୁହା ଗ୍ରାମର ମେଳଣ ପଡ଼ିଆରେ ଚାଲିଥିବା ହିଙ୍ଗୁଳା ଯଜ୍ଞକୁ ଆସିଥିବାବେଳେ କେତେକ ଯୁବକ ତାଙ୍କ କାରକୁ ଅଟକାଇ ଭଙ୍ଗାରୁଜା କରିଥିଲେ। କାଠ ବେଣ୍ଟ ଓ ପ୍ଲାଷ୍ଟିକ୍‌ ପାଇପ୍‌ରେ ବାଡ଼ିଆପିଟାରେ କ୍ଷେତ୍ରପାଳ ଗ୍ରାମର ପ୍ରିୟବ୍ରତ ଖଣ୍ତାଇ (୩୦) ଗୁରୁତର ହୋଇଥିବାବେଳେ ଏକାଧିକ ଯୁବକ ଆହତ ହୋଇଛନ୍ତି। ପୁଲିସ ଉପସ୍ଥିତିରେ ଗଣ୍ତଗୋଳ ହୋଇଥିବାରୁ ଶ୍ରୀ ବଳବନ୍ତରାୟ ଘଟଣା ସଂପର୍କରେ ଥାନାରେ ଏତଲା ଦେଇନାହାନ୍ତି। ତେବେ ଗଣ୍ତଗୋଳକାରୀ ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯାଜପୁରରୋଡ୍‌ ଏସ୍‌ଡିପିଓ ଲକ୍ଷ୍ମୀଧର ସ୍ବାଇଁ ଘଟଣାର ତଦନ୍ତ କରୁଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। 

ଆକ୍ରମଣ ଘଟଣା ପାଇଁ ଶ୍ରୀ ବଳବନ୍ତରାୟ ପୁଲିସକୁ ଦାୟୀ କରିଛନ୍ତି। ଏଥିସହିତ ଧର୍ମଶାଳାର ବିଗୁଡ଼ୁଥିବା ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ କରିଛନ୍ତି। କାର୍ଯ୍ୟକ୍ରମକୁ ଆସୁଥିବାବେଳେ ତାଙ୍କୁ ଆକ୍ରମଣ ହେବା ସଂପର୍କରେ ସେ ଖବର ପାଇଥିଲେ। ଏଥିପାଇଁ ସେ ଯାଜପୁର ଏସ୍‌ପିଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୁଲିସ ଉପସ୍ଥିତିରେ ଏ ସମସ୍ତ ଘଟଣା ଘଟିବା ଦୁର୍ଭାଗ୍ୟଜନକ। ଆକ୍ରମଣ ଘଟଣାରେ ବର୍ତ୍ତମାନର ବିଧାୟକଙ୍କ ସମର୍ଥକଙ୍କ ହାତ ଥିବା ଶ୍ରୀ ବଳବନ୍ତରାୟ କହିଛନ୍ତି।

ବିଜେଡି ଗୋଷ୍ଠୀ କନ୍ଦଳର ପ୍ରତିଫଳନ: ହିମାଂଶୁ
ଅନ୍ୟପକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ତାଙ୍କ ଦଳୀୟ କନ୍ଦଳର ପ୍ରତିଫଳନ। ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ମତଭେଦ ଓ ବିଭାଜନକୁ ନେଇ ଏହି ଘଟଣା ଘଟିଛି। ସେ ଏବେ ରାଜ୍ୟ ବାହାରେ ଅଛନ୍ତି। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ପୁଲିସ ଏହାର ତଦନ୍ତ କରିବ। ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ। ଏପରିକି ଘଟଣା ସଂପର୍କରେ ଜାଣିବା ପରେ ସେ ନିଜ ଆଡୁ ପୁଲିସକୁ ଫୋନ୍‌ କରି ତଦନ୍ତ କରିବାକୁ କହିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe