ଦୁଷ୍କର୍ମ ପୀଡ଼ିତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଲେ

ପୀଡ଼ିତା ଜଣେ ନାବାଳିକା, ପୁଲିସର ତନାଘନା, ୭ ଗିରଫ

ଦୁଷ୍କର୍ମ ପୀଡ଼ିତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଲେ

The Week

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଓ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି କେତେକ ଲୋକ ପିଟିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ପୀଡ଼ିତା ପରିବାର ଲୋକେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଗାଁରେ ପହଞ୍ଚି ତନାଘନା ଆରମ୍ଭ କରିବା ସାଙ୍ଗକୁ ୭ ଜଣଙ୍କୁ ଗିରଫ କରିଛି।

publive-image

ଅଭିଯୋଗ ମୁତାବକ, ରଣପୁର ଥାନା ଅଞ୍ଚଳର ଜଣେ ନାବାଳିକା (୧୪-ଛଦ୍ମନାମ)ଙ୍କୁ ହିଞ୍ଜଳଗାଡ଼ିଆ ଗାଁର ତପନ ପରିଡ଼ାଙ୍କ ପୁଅ ବାବୁ ଗତ ୩ ମାସ ତଳେ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଏ ନେଇ କୁସୁମ ଭୟରେ ଘରେ କିଛି କହିନଥିଲେ। ପରେ ଏ ସମ୍ପର୍କରେ ନିଜ ମା’ଙ୍କୁ ଜଣାଇବାରୁ ପରିବାର ଲୋକେ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଜଣାଇଥିଲେ। ହେଲେ, ସେତେବେଳେ ପଞ୍ଚାୟତ ନିର୍ବାଚନ ଲାଗି ଏହି ଘଟଣାର ସମାଧାନ କରାଯିବ ବୋଲି କହି ସମସ୍ତେ ସମୟ ଗଡ଼ାଇ ଚାଲିଥିଲେ। ନିର୍ବାଚନ ସରିବା ପରେ ମଧ୍ୟ ଘଟଣା ପ୍ରତି କେହି କର୍ଣ୍ଣପାତ ନ କରିବାରୁ ଗୁରୁବାର ଦିନ ବାଧ୍ୟହୋଇ ଅପରାହ୍ନ ୩ଟାରେ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

ଏହାକୁ ନେଇ ସେହି ଗାଁର ସୌଭାଗ୍ୟ ବେହେରା ଓରଫ ବାବାଜି, କୈଳାସ ପରିଡ଼ା ଓରଫ ବାବୁଲା, ରବି ପରିଡ଼ା ଓରଫ ଟୁଙ୍ଗା, ବିନ ମତା, ସିପୁ ତୋଟାଳ ପ୍ରମୁଖ ମିଶି ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସାଙ୍ଗକୁ ଧକ୍କା, ବେକା ମାରିଥିଲେ। ଏପରିକି ଦାଣ୍ତଦୁଆରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ନାବାଳିକାଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ସେହିପରି, ତାଙ୍କ ମା’ଙ୍କୁ ମଧ୍ୟ ସେହି ଗାଁର ମଞ୍ଜୁ ପରିଡ଼ା, ଶଶି ପରିଡ଼ା, ମଞ୍ଜୁ ମତା, ଚାଉ ବେହେରା ପ୍ରମୁଖ ମିଶି ମାରଧର କରିଥିବା ଅଭିଯୋଗରୁ ଜଣାପଡ଼ିଛି।
ଖବର ପାଇ ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ତାଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ପ୍ରୀତିପ୍ରକାଶ ମହାନ୍ତି, ବିନୟ ରଞ୍ଜନ ପରିଡ଼ା ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସାଙ୍ଗକୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe