ଦୁଷ୍କର୍ମ ପୀଡ଼ିତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିବା ଘଟଣା: ଆଉ ଜଣେ ଗିରଫ, ପୀଡ଼ିତା ପରିବାରକୁ ପୁଲିସ ସୁରକ୍ଷା

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ରଣପୁର : ରଣପୁର ଥାନା ଅନ୍ତର୍ଗତ ବ୍ରଜରାଜପୁର ଗାଁରେ ଦୁଷ୍କର୍ମ ପୀଡ଼ିତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିବା ଘଟଣାରେ ପୁଲିସ ଶୁକ୍ରବାର ଦିନ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ସେହିପରି ଭୟଭୀତ ଅବସ୍ଥାରେ ଥିବା ପୀଡ଼ିତା ପରିବାରକୁ ପୁଲିସ ସୁରକ୍ଷା ଦିଆଯାଇଥିବା ଜଣାଯାଇଛି। ତେବେ ଶୁକ୍ରବାରର ଗିରଫକୁ ମିଶାଇ ୮ ଜଣ ଅଭିଯୁକ୍ତ ଗିରଫ ହେଲେଣି। ସେମାନେ ହେଲେ ଦିଲୀପ କୁମାର ତୋଟାଳ ଓରଫ ସିପୁ(୨୪), ରବି ପରିଡ଼ା ଓରଫ ଟୁଙ୍ଗା(୬୦), ରୀନା ପରିଡ଼ା ଓରଫ ଅଶାନ୍ତି(୩୫), ସଞ୍ଜୁ ପରିଡ଼ା (୬୦), ଶଶୀ ପରିଡ଼ା (୩୫), ମଞ୍ଜୁ ମତା(୫୫), ଛଇ ବେହେରା (୫୭) ପ୍ରମୁଖ ଗତକାଲି ଗିରଫ ହୋଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କୃଷ୍ଣବଲ୍ଲଭ ପରିଡ଼ା ଓରଫ ବାବୁ(୨୦) କୁ  ଶୁକ୍ରବାର ଦିନ ପୁଲିସ ଗିରଫ କରି ଡାକ୍ତର ମାଇନା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେହିପରି ପୀଡ଼ିତା ନାବାଳିକାଙ୍କର ମଧ୍ୟ ଡାକ୍ତରୀ ମାଇନା କରାଯାଇଥିଲା।

publive-image

ଅପର ପକ୍ଷେ, ପୀଡ଼ିତା ଦଳିତ ପରିବାରର ହୋଇଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ଆଇଆଇସି ଜ୍ୟୋତିପ୍ରକାଶ ପଣ୍ତା କହିଛନ୍ତି। ଏ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଏଭଳି ଏକ ସ୍ପର୍ଶକାତର ଘଟଣାକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯିବା ସାଙ୍ଗକୁ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ତ ଦେବାକୁ ନିବେଦନ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe