ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ

Advertisment
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ ଅଧିକାରୀ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରକୁଆଜି ପୂର୍ବାହ୍ନରେ ଆକ୍ରମଣ ହୋଇଛି। ବିଶେଷ କରି କେତେକ ବିଜେପି ଯୁବମୋର୍ଚ୍ଚାର କେତେକ କର୍ମୀ ଶ୍ରୀ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ଓ ଢ଼େଲା ଫିଙ୍ଗିଥିବା ଜଣାପଡ଼ିଛି।ଏହାକୁ ନେଇ ପୁଲିସ- ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କ ମଧ୍ୟରେ ପାଣ୍ଡିଆନଙ୍କ ବାସଭବନ ବାହାରେ ଧସ୍ତାଧସ୍ତି ହୋଇଛନ୍ତି। ଘର ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ ବାଧା ଦେଇଛି। ତେବେ କେତେକ ବିଜେପି କର୍ମୀ ଶ୍ରୀ ପାଣ୍ଡିଆନଙ୍କ ବାସଭବନ ପରିସରରେ ଥିବା ଫୁଲକୁଣ୍ଡକୁ ଭାଙ୍ଗିବା ସହିତ ସେଠାରେ ଥିବା ମୋଟସାଇାକେଳକୁ ଭଙ୍ଗାରୁଜା କରିଛନ୍ତି।

publive-image
ଆଜି ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ସରକାରୀ ଅଧିକାରୀ ହୋଇ ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରି ଦଳୀୟ କାର୍ଯ୍ୟ କରୁଥିବା ଶ୍ରୀ ପାଣ୍ଡିଆନ ଓଡ଼ିଶା ଛାଡ଼ିବା ସ୍ଲୋଗାନ ଦେଇ ୪୦ରୁ ଊର୍ଧ୍ୱ ବିଜେପି ଯୁବମୋର୍ଚ୍ଚା କର୍ମୀତାଙ୍କ ଘର ଆଡ଼କୁ ମାଡ଼ି ଯାଇଥିଲେ। ଶ୍ରୀ ପାଣ୍ଡିଆନଙ୍କ ସରକାରୀ ବାସଭବନର ଗେଟ୍‌ ଉପରକୁ ଗୋବର ମାଡ଼ କରିଥିଲେ। ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା। ପୁଲିସ କେତେଜଣ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe