ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା: ସମିତି ସଭ୍ୟା ମହିଳା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

Advertisment
ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା: ସମିତି ସଭ୍ୟା ମହିଳା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା: ଆସନ୍ତ ୧୬ ତାରିଖରେ ହେବାକୁ ଯାଉଛି ବଣାଇରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତା ପୂର୍ବରୁ ନିର୍ବାଚନୀ ହିଂସାର ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ପାର୍ଥୀ ପୁଷ୍ପିତା ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ସକାଳେ ତାଙ୍କୁ ନିଜ ଗ୍ରାମ ଘୁଷୁରାର ଘର ନିକଟରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

publive-image
ତାଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ସେ ସି ପି ଆଇ ଏମ ତରଫରୁ ଠିଆ ହୋଇଥିଲେ। ଏଥିପାଇଁ ତାଙ୍କୁ ଧମକ ଦିଆଯାଉଥିଲା। ଏଣେ ପୁଷ୍ପିତା କହିଛନ୍ତି ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଧମକ ଦିଆଯାଉଥିଲା। ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବାରୁ ଏକ ନିର୍ଦିଷ୍ଟ ଗୋଷ୍ଠୀ ଏଭଳି ଆକ୍ରମଣ କରିଛନ୍ତିl ପୁଷ୍ପିତା ରାଜନୈତିକ ଦଳର ନାମ ନେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe