ଫାଣ୍ଡି ଭିତରେ ସୁରକ୍ଷାକର୍ମୀଙ୍କୁ ନିସ୍ତୁକ ମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Advertisment
ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

The Hans India

ବଡ଼ବିଲ : କୋଇଲା ଚୋରିକୁ ବାରଣ କରିବାରୁ ବଡ଼ବିଲ ପୌରାଞ୍ଚଳ ୧୪ ନମ୍ବର ୱାର୍ଡରେ ଥିବା‌ କଳିଙ୍ଗ ଲୁହା କାରଖାନାରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଆଜି କଳିଙ୍ଗ ଆଉଟ ପୋଷ୍ଟ୍‌ ନମ୍ବର-୨ ପରିସରରେ ସ୍ଥାନୀୟ ବସ୍ତିବାସିନ୍ଦା ନିସ୍ତୁକ ମାଡ଼ ମାରିଛନ୍ତି। ଲୋକଙ୍କ ମାଡ଼ରେ ସୁରକ୍ଷାକର୍ମୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ନିକଟସ୍ଥ ୱେବ୍ରିଜ୍ ହଟିଂର କିଛି ମହିଳା କୋଇଲା ଚୋରି କରିବାକୁ କଳିଙ୍ଗ ଲୁହା କାରଖାନାର ନିୟୁ କଲୋନି ନିକଟରେ ଥିବା କୋକ୍‌ଓଭେନ୍ କାରଖାନା ପରିସରକୁ ଆସିଥିଲେ। ସେଠାରେ ନିୟୋଜିତ ହୋଇଥିବା ଦୁଇ ସୁରକ୍ଷାକର୍ମୀ କାଲୁ କର୍ମକାର ଓ ସହଦେବ ନାଏକ ସମ୍ପୃକ୍ତ ମହିଳାଙ୍କୁ ବାରଣ କରିଥିଲେ। ଏହାକୁ ନେଇ ସୁରକ୍ଷାକର୍ମୀ ଓ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହିଳାମାନେ ହଟିଂର ପୁରୁଷ ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ୧୦ରୁ ଅଧିକ ଲୋକେ ପହଞ୍ଚି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ଉଭୟ ଦୌଡ଼ି ପଳାଇଥିଲେ। କାଲୁ ଜୀବନ ପଞ୍ଚାଇବା ପାଇଁ ନିକଟସ୍ଥ କଳିଙ୍ଗ ଫାଣ୍ଡି ଭିତରେ ପଶି ଯାଇଥିଲେ। ହେଲେ ସେଠାରେ କୌଣସି ପୁଲିସ କର୍ମଚାରୀ ନଥିଲେ। ଉତ୍ତ୍ୟକ୍ତ ଲୋକେ ଫାଣ୍ଡିରେ ପଶି ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।

କଳିଙ୍ଗ ଲୁହା କାରଖାନାର ସୁରକ୍ଷା ଅଧିକାରୀ ସଂଜୟ ମହାପାତ୍ର ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କାଲୁଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ବିଲ ସରକାରୀ ଡାକ୍ତରଖାନା ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏନେଇ କଳିଙ୍ଗ ଲୁହା କାରଖାନାର ସୁରକ୍ଷା ଅଧିକାରୀ ସଂଜୟ ମହାପାତ୍ରଙ୍କୁ ପଚାରିବାରୁ, ସେ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ଘଟଣାର କିଛି ସମୟ ପରେ ଉତ୍ତ୍ୟକ୍ତ ଲୋକେ ଲୁହାରଡ୍‌ ଏବଂ ମାରଣାସ୍ତ୍ର ନେଇ ପୁଣି ସୁରକ୍ଷାକର୍ମୀ ସହଦେବ ନାଏକ ଓ ଅଭିମନ୍ୟୁ ବାରିକଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ଏଥିରେ ବିଫଳ ହେବା ପରେ ସେମାନେ ସୁରକ୍ଷାକର୍ମୀଙ୍କ ଏକ ବାଇକ୍‌କୁ ଭାଙ୍ଗି ଦେଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe