ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ ଲୁଟି ନେଲେ ଦୁଇ ଯୁବକ

Advertisment
ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ ଲୁଟି ନେଲେ ଦୁଇ ଯୁବକ

ଭୁବନେଶ୍ବର: ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ସକାଳେ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ଛିନତାଇ କରିବା ଘଟଣା ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ବରର ଡେଲଟା ଛକ ପାଖରୁ ‘ସମୟ’ର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଠାରୁ ଛିନତାଇ କରି ମୋବାଇଲ ଛଡ଼େଇ ନେଇଗଲେ। ଏପରିକି ତାଙ୍କୁ ମରଣାନ୍ତକ ଆକ୍ରମଣ ବି କରିଛନ୍ତି।

publive-image

ଦୁଇ ଯୁବକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମୋବାଇଲ୍ ଦେ ବୋଲି ଧମକାଇଥିଲେ। ହେଲେ ଏଥିରେ ଭୟଭୀତ ନ ହୋଇ ବରଂ ସେ ମୋବାଇଲ୍ ଦେଇ ନଥିଲେ। ଏହାପରେ ଦୁଇ ଯୁବକ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରି ମୋବାଇଲ ଛଡ଼େଇ ନେଇ ପଳାଇଥିଲେ। ଏହାପରେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ କମିସନରେଟ୍ ପୁଲିସ ଉକ୍ତ ଦୁଇ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe