Times of India
ଧର୍ମଶାଳା :ଧର୍ମଶାଳା ମହାବିଦ୍ୟାଳୟର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ କମେଣ୍ଟ ମାରି ଛେଚା ଖାଇଛନ୍ତି ଜଣେ କଲେଜ୍ ଛାତ୍ର। ଏ ସଂପର୍କରେ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଧର୍ମଶାଳା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଛାତ୍ରୀଙ୍କ ସଂପର୍କୀୟଙ୍କ ଆକ୍ରମଣରେ ସଂପୃକ୍ତ ଛାତ୍ରଙ୍କ ମୁଣ୍ତ ଫାଟିଥିବା ବେଳେ ତାଙ୍କୁ ଚିକିତ୍ସା କରାଯାଇଛି। ଏହାକୁ କେନ୍ଦ୍ର କରି କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତ ୮ତାରିଖରେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି ଅଭିଯୋଗ କରି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ପ୍ରଶାସନିକ ପ୍ରକୋଷ୍ଠରେ ତାଲା ପକାଇ ଦେଇଥିଲେ। ଆଜିର ମାଡପିଟ୍ ଘଟଣା ପରେ କ୍ୟାମ୍ପସରେ ପୁଲିସ୍ ମୁତୟନ କରିବାକୁ କଲେଜ୍ କର୍ତ୍ତୃପକ୍ଷ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।
Follow Us